ପବିତ୍ର ମକର ସଂକ୍ରାନ୍ତିରେ ଗଞ୍ଜାମ ଜିଲ୍ଲାରେ ଶୁଭାରମ୍ଭ ହେଲା : ”ମୋ ଗେଲ୍ଲା ଝିଅ” କାର୍ଯ୍ୟକ୍ରମ

ବ୍ରହ୍ମପୁର(କେନ୍ୟୁଜ୍) : ସେ ଝିଅ ହେଉ ଅବା ପୁଅ ବର୍ତ୍ତମାନ ସମସ୍ତେ ସମାନ । ଆଇନ ଠାରୁ ଆରମ୍ଭ କରି ସମାଜ ପର‌୍ୟ୍ୟନ୍ତ ସମସ୍ତ କ୍ଷେତ୍ରରେ ଏବେ ଝିଅଙ୍କୁ ମଧ୍ୟ ସମସ୍ତ ପ୍ରକାରର ସୁଯୋଗ ପ୍ରଦାନ କରାଯାଉଛି । ତେବେ ଏହି ଝିଅ ମାନଙ୍କର ସଂଖ୍ୟାକୁ ଆହୁରି ବୃଦ୍ଧି କରିବା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି“ମୋ ଗେହ୍ଳା ଝିଅ” ଅଭିଯାନ । ଏହି ଅଭିଯାନକୁ ଆଜି ଆନୁଷ୍ଠାନିକ ଭାବେ ବ୍ରହ୍ମପୁର ମହାନଗର ନିଗମର ସମ୍ମିଳନୀ କକ୍ଷରେ ଶୁଭାରମ୍ଭ କରିଛନ୍ତି ବ୍ରହ୍ମପୁର ବିଧାୟକ ଡ଼.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ । ଏହାଛଡ଼ା ଏହି ଅଭିଯାନ ଜରିଆରେ ନୂତନ ଭାବେ ଜନ୍ମ ଲାଭ କରିଥିବା ଝିଅ ମାନଙ୍କ ନାମରେ ବ୍ୟାଙ୍କରେ ଆକାଉଣ୍ଟ୍ ଖୋଲାଯିବ । ସହର ସମେତ ଗ୍ରାମାଞ୍ଚଳରେ ପ୍ରତ୍ୟେକ ଝିଅର ଜନ୍ମ ଦିବସ ପାଳନ କରାଯିବ । ସେପଟେ ଜିଲ୍ଲା ପ୍ରଶାସନର ଏଭଳି ପଦକ୍ଷେପକୁ ସମସ୍ତେ ସ୍ୱାଗତ କରିଛନ୍ତି ।

କନ୍ୟାଭୃଣ ହତ୍ୟାକୁ ରୋକିବା ନିମନ୍ତେ ରାଜ୍ୟ ସରକାର କରୁଛନ୍ତି ଅନେକ ଯୋଜନା । ନିକଟରେ ବିଜୁ କନ୍ୟା ରତ୍ନ ଯୋଜନାକୁ ମଧ୍ୟ କାର୍ଯ୍ୟକାରୀ କରାଯାଇଛି । ଏହି ଯୋଜନାର କାର‌୍ୟ୍ୟକାରିତା ପରେ ପୁଅ ଅପେକ୍ଷା ଝିଅ ମାନଙ୍କର ହାର କିଛି ପରିମାଣରେ ବୃଦ୍ଧି ହୋଇପାରିଛି । ତେଣୁ ଝିଅ ମାନଙ୍କର ହାରକୁ ଆହୁରୀ ଅଧିକା ବୃଦ୍ଧି କରିବା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି “ମୋ ଗେହ୍ଳା ଝିଅ” ଅଭିଯାନ । ଏହି ଅଭିଯାନକୁ ଆଜି ବ୍ରହ୍ମପୁର ମହାନଗର ନିଗମର ସମ୍ମିଳନୀ କକ୍ଷରେ ବ୍ରହ୍ମପୁର ବିଧାୟକ ଡ଼.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ହେଉଛି ବିଜୁ କନ୍ୟା ରତ୍ନ ଯୋଜନାର ଅଂଶବିଶେଷ । ଏହି ଯୋଜନା ମାଧ୍ୟମରେ ଚଳିତ ମାସରେ ଜନ୍ମ ଲାଭ କରିଥିବା ସମସ୍ତ ଝିଅ ମାନଙ୍କୁ ସେମାନଙ୍କର ମାଁ ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରଶଂସା ପତ୍ର ପ୍ରଦାନ କରାଯିବା ସହିତ ନୂତନ ବସ୍ତ୍ର ସହ ମିଠା ପ୍ରଦାନ କରାଯାଇଛି ।

ଏହାଛଡ଼ା ଏହି ଯୋଜନା ମାଧ୍ୟମରେ ନୂତନ ଭାବେ ଜନ୍ମ ଲାଭ କରିଥିବା ଝିଅ ମାନଙ୍କ ନାମରେ ବ୍ୟାଙ୍କରେ ଆକାଉଣ୍ଟ ଖୋଲାଯିବ । ଏହି ଆକାଉଣ୍ଟରେ ଜନ ପ୍ରତିନିଧି ମାନଙ୍କ ଦ୍ବାରା ଟଙ୍କା ଜମା କରାଯିବା ନେଇ ସଚେତନତା କରାଯିବ । ଯାହାଫଳରେ ଏହି ଟଙ୍କା ଭବିଷ୍ୟତରେ ସେହି ଝିଅ ମାନଙ୍କର ଶିକ୍ଷା ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର ହୋଇପାରିବ ବୋଲି ପ୍ରକାଶ କରିଛନ୍ତି ବ୍ରହ୍ମପୁର ମହାନଗ ନିଗମର କମିନଶନର ଚକ୍ରବର୍ତ୍ତୀ ସିଂ ରାଥୋଡ । ସେପଟେ ଝିଅ ହାରକୁ ବୃଦ୍ଧି କରିବା ନିମନ୍ତେ ରାଜ୍ୟ ସରକାର ମଧ୍ୟ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଉଥିବା କହିଛନ୍ତି ବ୍ରହ୍ମପୁର ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ । ଝିଅ ମାନଙ୍କ ଜନ୍ମ ଦିବସ ପ୍ରତି ମାସରେ ପାଳନ କରାଯିବ । ଏହା ସହ ଏଭଳି ଯୋଜନାକୁ ସ୍ୱାଗତ କରିବା ସହ ଏହା ସଫଳ ହେବ ବୋଲି ମତ ଦେଇଛନ୍ତି ।

ସେପଟେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ଏଭଳି ପଦକ୍ଷେପକୁ ସ୍ବାଗତ କରିଛନ୍ତି ସହରବାସୀ । ତେବେ ଝିଅ ମାନଙ୍କୁ ସମସ୍ତ କ୍ଷେତ୍ରରେ ଅଗ୍ରାଧିକାର ପୂର୍ବରୁ ଦିଆଯାଉଥିବା ବେଳେ ଆଜିର ଏହି ମୋ ଗେହ୍ଳା ଝିଅ କାର୍ଯ୍ୟକ୍ରମ ବେଶ୍ ପ୍ରଶଂସନୀୟ ବୋଲି କହିଛନ୍ତି ଅଭିଯାନରେ ଅଂଶଗ୍ରହଣ କରିଥିବା ମା ମାନେ । ଏଭଳି ସଚେତନତା କାର୍ଯ୍ୟକ୍ରମ କରାଯିବା ଦ୍ୱାରା ନିଶ୍ଚିତ ଭାବେ ସମାଜରେ କନ୍ୟାଭୃଣ ହତ୍ୟା କମିବା ସହିତ କନ୍ୟା ପ୍ରତି ହେଉଥିବା ଅତ୍ୟାଚାର ମଧ୍ୟ କମିବ ବୋଲି ସେମାନେ ପ୍ରକାଶ କରିଛନ୍ତି । ଏହାଛଡ଼ା ଏହି ଅଭିଯାନ କିଭଳି ଭାବେ ସଫଳତା ହାସଲ ସେ ନେଇ ପ୍ରଶାସନ ମଧ୍ୟ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ସେମାନେ କହିଛନ୍ତି ।

ପୂର୍ବରୁ ରାଜ୍ୟ ସରକାର କନ୍ୟାଭୃଣ ହତ୍ୟାକୁ ରୋକିବା ନିମନ୍ତେ ବିଜୁ କନ୍ୟା ରତ୍ନ ଯୋଜନା ବେଶ୍ ମାତ୍ରାରେ ସଫଳତା ହାସଲ ପାଇବା ପରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି । ସେପଟେ ଏହି କାର୍ଯ୍ୟକ୍ରମକୁ ଜିଲ୍ଲାର ସଦର ମହକୁମା ଛତ୍ରପୁରଠାରେ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ ଜିଲ୍ଲା ସ୍ତରରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।

ରିପୋର୍ଟମାନସ ବିଷୋୟୀ, କେନ୍ୟୁଜ୍

Pritiparna

Recent Posts

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

54 seconds ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

9 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

26 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

41 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

53 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

54 mins ago