ଗାଡ଼ିରେ ଶିକ୍ଷାଦାନ: ରାୟଗଡ଼ାରେ ଏଥର ପିଲାଙ୍କ ପାଖରେ ପହଞ୍ଚିବ ଭ୍ରାମ୍ୟମାଣ ବିଦ୍ୟାଳୟ

ରାୟଗଡ଼ା(କେନ୍ଯୁଜ୍): ଗାଡ଼ିରେ ସ୍କୁଲ । ରାୟଗଡ଼ାରେ ପିଲାଙ୍କ ପାଖରେ ପହଞ୍ଚିବ ଭ୍ରାମ୍ୟମାଣ ବିଦ୍ୟାଳୟ । ଉଦଘାଟନ କରିଛନ୍ତି ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା । କୋଭିଡ୍‌ ସଂକ୍ରମଣ ପାଇଁ ବିଦ୍ୟାଳୟ ଠାରୁ ଦୂରରେ ରହିଛନ୍ତି ଛାତ୍ରଛାତ୍ରୀ । ଏଭଳି ସ୍ଥିତିରେ ପିଲାଙ୍କ ପାଖକୁ ଯାଇ ଶିକ୍ଷାଦାନ କରାଯିବ ।

ଖେଳ ମାଧ୍ୟମରେ ପଢ଼ିବା ଢାଞ୍ଚାରେ ଭ୍ରାମ୍ୟମାଣ ସ୍କୁଲ ପିଲାଙ୍କୁ ଶିକ୍ଷା ଦେବାରେ ସହାୟତା କରିବ । ଆଦିମ ଜନଜାତି ପିଲାଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ଦିଗରେ ଏହି ଯୋଜନା କାମ କରିବ । ରାୟଗଡ଼ା ଜିଲ୍ଲାର ଚାଟିକଣା ଅନ୍ତର୍ଗତ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ଆନୁକୂଲ୍ୟରେ ୟୁନିସେଫ ସ୍ୱେଛାସେବୀ ଅନୁଷ୍ଠାନ ତରଫରୁ ଏହି ମୋବାଇଲ ସ୍କୁଲ ବ୍ୟବସ୍ଥା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.