ମୋବାଇଲ ଖୋଲିବ ଲେଡି କନଷ୍ଟେବଳ ଯଶୋଦା ଆତ୍ମହତ୍ୟା ଗୁମର, ଅଭିଯୁକ୍ତକୁ ମାରାଥନ ପଚରା ଉଚୁରା ଜାରି

ବାଲେଶ୍ୱର : ମୋବାଇଲ ଖୋଲିବ ଲେଡି କନଷ୍ଟେବଳ ଯଶୋଦା ଆତ୍ମହତ୍ୟା ଗୁମର । ଆତ୍ମହତ୍ୟା ପଛରେ କିଏ ରହିଛି ପ୍ରଛଦରେ ? କିଏ ହିଁ ପ୍ରକୃତ ଦୋଷୀ ? ତାକୁ ତନ୍ନ ତନ୍ନ କରି ପୁଲିସ ଦେଖୁଛି । ଜବତ ହୋଇଥିବା  ଯଶୋଦାଙ୍କ ମୋବାଇଲର ସମସ୍ତ whatsapp ଚାଟ ଉପରେ  ନଜର ରଖିଛି ପୁଲିସ । ଆତ୍ମହତ୍ୟା ପୂର୍ବରୁ କେଉଁମାନେ କଥା ହୋଇଥିଲେ ଓ ଯଶୋଦା କାହିଁକି ମାନସିକ ଶକ୍ତି ହରାଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ ।

ଅପରପକ୍ଷେ ଯଶୋଦାଙ୍କ ଭାଇ ହରିପଦ ଦାସ କନଷ୍ଟେବଳ “ବଳରାମ ଦାସ” ଙ୍କ ନାମରେ ବାଲେଶ୍ଵର ସହଦେବ ଖୁଣ୍ଟା ଥାନାରେ  ଭଉଣୀ ର ଆତ୍ମହତ୍ୟା ପାଇଁ ଦାୟୀ କରି ଅଭିଯୋଗ କରିଛନ୍ତି ।  ବଳରାମ, ଯଶୋଦାଙ୍କ ସହ ଶାରୀରିକ ସଂପର୍କ ସ୍ଥାପନା କରି ସର୍ବସ୍ବ ଲୁଟିବା ପରେ ଶେଷରେ ବିବାହର ପ୍ରତିଶ୍ରୁତି ଦେଇ ହାତ ଛାଡ଼ି ଦେଇଥିବା ମଧ୍ୟ ଉଲ୍ଲେଖ କରାଯାଇଛି ।

ତେବେ ଅଭିଯୋଗ ଦାଖଲ ପରେ ବଳରାମକୁ ମାରାଥନ ପଚରା ଉଚୁରା କରୁଛି ପୁଲିସ । ବଳରାମ ତଦନ୍ତ କାରୀ ଅଧିକାରୀ ଙ୍କ ନିକଟରେ ନିଜର ବୟନ ରଖିଛି । ଗତକାଲି  ପଚରା ଉଚୁରା ବେଳେ ବଳରାମ ଠାରୁ ଉଭୟଙ୍କ ସମ୍ପର୍କ ନେଇ ବହୁ କଥା ଓଗାଳିଛି ପୁଲିସ । ତେବେ ମୋବାଇଲ ହିଁ ଖୋଲିବ ଲେଡୀ କନଷ୍ଟେବଳ ଯଶୋଦା ଦାସଙ୍କ ଆତ୍ମହତ୍ୟାର ରହସ୍ୟ ବୋଲି ସ୍ପଷ୍ଟ ଜଣାପଡ଼ୁଛି । ତେବେ ଏହି ମାମଲାକୁ ଜିଲ୍ଲା ପୁଲିସ ଗମ୍ଭୀରତାର ସହ ନେଇ ତଦନ୍ତ ଦାୟିତ୍ୱରେ ଜଣେ  ଡି ଏସ ପି ରାଙ୍କର  ମହିଳା ଅଧିକାରୀଙ୍କୁ ନିୟୋଜିତ କରିଛି ।