ଆସନ୍ତାକାଲି ବାଂଲାଦେଶ ଓ ମିଆଁମାର ଉପକୂଳରେ ଲ୍ୟାଣ୍ଡଫଲ କରିବ ବାତ୍ୟା ମୋକା, ୫ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି

ବାଂଲାଦେଶର କୋକ୍ସ ବଜାର ଓ ମିଆଁମାରର କ୍ୟାୟୁକ୍ୟୁ ମଧ୍ୟରେ ମୋକା ଲ୍ୟାଣ୍ଡଫଲ କରିବା ଆକଳନ କରୁଛନ୍ତି ଜାସନ ନିକୋଲସ। ଲ୍ୟାଣ୍ଡଫଲ ବେଳେ ହରିକେନ କାଟାଗୋରୀ ୩ ଭଳି ଭୀଷଣ ରହିବ ମୋକା। ବାଂଲାଦେଶର ସ୍ଥାନୀୟ ସମୟ ପ୍ରାୟ ବେଳେ ଲ୍ୟାଣ୍ଡ ଫଲ କରିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ କୋକ୍ସ ବଜାର ଛିନଛତ୍ର ହୋଇଯାଇପାରେ। ଭୂସ୍ଖଳନ ଭୟ ବି ଘାରିଛି।

କେନ୍ୟୁଜ୍(ବ୍ୟୁରୋ): ଅତି ଭୀଷଣ ରୂପ ନେଇ ମାଡ଼ି ଆସୁଛି ବାତ୍ୟା ମୋକା। ଆସନ୍ତାକାଲି ବାଂଲାଦେଶ ଓ ମିଆଁମାର ଉପକୂଳରେ ଲ୍ୟାଣ୍ଡଫଲ କରିବ। ସେତେବେଳେ ଭୟଂକର ତାଣ୍ଡବ ରଚିବ। ଲ୍ୟାଣ୍ଡଫଲ ବେଳେ ଘଣ୍ଟା ପ୍ରତି ୧୭୦ କିଲୋମିଟର ବା ୧୦୬ ମାଇଲ ବେଗରେ ପବନ ବହିବ । ସମୁଦ୍ରରେ ୧୨ ଫୁଟ ଉଚ୍ଚର ଜୁଆର ଉଠିବ । ବିଶ୍ୱର ସବୁଠୁ ବଡ଼ ଶରଣାର୍ଥୀ ଶିବିର ବାଂଲାଦେଶର କୋକ୍ସ ବଜାରକୁ ହିଟ୍‌ କରିପାରେ ବାତ୍ୟା। ଶରଣାର୍ଥୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନାନ୍ତର କରାଯାଉଛି ।

ବାଂଲାଦେଶର କୋକ୍ସ ବଜାର ଓ ମିଆଁମାରର କ୍ୟାୟୁକ୍ୟୁ ମଧ୍ୟରେ ମୋକା ଲ୍ୟାଣ୍ଡଫଲ କରିବା ଆକଳନ କରୁଛନ୍ତି ଜାସନ ନିକୋଲସ। ଲ୍ୟାଣ୍ଡଫଲ ବେଳେ ହରିକେନ କାଟାଗୋରୀ ୩ ଭଳି ଭୀଷଣ ରହିବ ମୋକା। ବାଂଲାଦେଶର ସ୍ଥାନୀୟ ସମୟ ପ୍ରାୟ ବେଳେ ଲ୍ୟାଣ୍ଡ ଫଲ କରିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ କୋକ୍ସ ବଜାର ଛିନଛତ୍ର ହୋଇଯାଇପାରେ। ଭୂସ୍ଖଳନ ଭୟ ବି ଘାରିଛି। ବାଂଲାଦେଶରେ ବର୍ଷା ଆରମ୍ଭ ହୋଇ ଗଲାଣି।

ରେଡ୍‌ ଓ୍ଵାର୍ଣ୍ଣିଂ ଜାରି ହୋଇଛି। ଦୁଇ ଦଶନ୍ଧି ଭିତରେ ବାଂଲାଦେଶରେ ସବୁଠୁ ଅଧିକ ଶକ୍ତିଶାଳୀ ଜୁଆର ଉଠିବ । ଉପକୂଳବର୍ତ୍ତୀ ଏୟାରପୋର୍ଟ ବନ୍ଦ କରି ଦିଆଗଲାଣି। ପ୍ରାୟ ୫ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ସମସ୍ତଙ୍କୁ ସ୍ଥାନାନ୍ତର କରିବା ସମ୍ଭବ ନୁହେଁ ବୋଲି ବାଂଲାଦେଶ ସରକାର କହିଛନ୍ତି। ଅନ୍ୟପଟେ ମିଆଁମାରରେ ବାତ୍ୟା ପ୍ରଭାବରେ ଶୁକ୍ରବାର ରାତିରୁ ବର୍ଷା ଆରମ୍ଭ ହୋଇଯାଇଛି। ସୁରକ୍ଷିତ ସ୍ଥାନକୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ମିଆଁମାର ଓ ବାଂଲାଦେଶରେ ବାତ୍ୟା ପାଇଁ ଆତଙ୍କ ସୃଷ୍ଟି ହୋଇଛି।