ପୁରୀ : ପୁରୀ ରଥଯାତ୍ରାକୁ ମଝିରେ ଆଉ ଦୁଇ ଦିନ । ପୁରୀ ଟାଉନ ଥାନା ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ୍ ଠାରେ ରଥଯାତ୍ରା ଏସଓପିକୁ ନେଇ ମକଡ୍ରିଲ୍। ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ବୟ କିଭଳି ରହିବ ସେନେଇ ଏହି ମକଡ୍ରିଲ କରାଯାଇଛି । ଏନଡିଆରଏଫ , ଓଡ୍ରାଫ, ଅଗ୍ନିଶମ, ମେଡିକାଲ, ପୋଲିସ, ପରିବହନ, ଆମ୍ବୁଲାନ୍ସ , ସ୍ବେଚ୍ଛାସେବୀ ସଙ୍ଗଠନ ଓ ଅନ୍ୟାନ୍ୟ ବିଭାଗ ମକଡ୍ରିଲ୍ ରେ ସାମିଲ୍ ହୋଇଛନ୍ତି । ଜିଲ୍ଲାପାଳ ଓ ଏସପି ମଧ୍ୟ ଉପସ୍ଥିତ ଅଛନ୍ତି । ରଥଯାତ୍ରା ବେଳେ ଲକ୍ଷାଧିକ ଭକ୍ତଙ୍କ ଭିଡ଼କୁ କିପରି ନିୟନ୍ତ୍ରଣ କରିହେବ ସେନେଇ ଟାଉନଥାନା ସମ୍ମୁଖରେ ମକଡ୍ରିଲ୍ ହୋଇଛି ।
କୌଣସି ଶ୍ରଦ୍ଧାଳୁ ଗୁରୁତର ହେଲେ ତାଙ୍କୁ ଭିଡ଼ ଭିତରୁ କିଭଳି ଆମ୍ବୁଲାନ୍ସ ଯୋଗେ ଗ୍ରୀନ୍ କରିଡରରେ ଅଣାଯାଇ ପ୍ରାଥମିକ ଚିକିତ୍ସା ଦିଆଯିବ ସେନେଇ ମଧ୍ୟ ମକଡ୍ରିଲ୍ କରାଯାଇଛି। ଦଳାଚକଟା ହେଉ କିମ୍ବା ଭିଡ ଭିତରେ ଭକ୍ତମାନେ ଅଣନିଶ୍ୱଆସୀ ହୁଅନ୍ତୁ ସେନେଇ କିଭଳି ଯୁଦ୍ଧକାଳୀନ ଭିତ୍ତିରେ ସେମାନଙ୍କୁ ଉଦ୍ଧାର କରାଯିବ ସେନେଇ ଅଭ୍ୟାସ ହୋଇଛି । କିଛି ଅପ୍ରୀତିକର ପରିସ୍ଥିତି ଉପୁଜିଲେ କିଭଳି ତୁରନ୍ତ ମୁକାବିଲା କରିହେବ ସେନେଇ ଓଡ୍ରାଫ,ଏନଡିଆରଏଫ୍ ଟିମ୍ ମାନଙ୍କ ତରଫରୁ ଡେମୋ କରାଯାଉଛି ।