୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ

ନୂଆପଡ଼ା (କେନ୍ଯୁଜ୍) : ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ ସୁଜନ ସାହୁ ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି। ସୁଜନ ସାହୁ ତାଙ୍କ ସହଯୋଗୀ ଶିକ୍ଷକ ରାମକୃଷ୍ଣ ପ୍ରଧାନଙ୍କ ସର୍ଭିସ୍‌ ବୁକ୍‌ ଅପଡେଟ୍‌ କରିବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

ପୂର୍ବରୁ ଅଗ୍ରୀମ ସ୍ୱରୂପ ୩ ହଜାର ଟଙ୍କା ଲାଞ୍ଚ ଦେଇଥିଲେ । ଆଉ ଆଜି ବକେୟା ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ , କଳାହାଣ୍ଡି ଭିଜିଲାନ୍ସ ବିଭାଗ ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଜୟପୁର ଓ ନୂଆପଡ଼ା ଭିଜିଲାନ୍ସ ବିଭାଗ ଟିମ୍‌ ଚଢ଼ାଉ କରିଥିଲେ। ଚଢ଼ାଉ ପରେ ପ୍ରିନ୍ସିପାଲଙ୍କଠାରୁ ନଗଦ ୭ହଜାର ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.