ଆସନ୍ତା ୨୨ରେ ପ୍ରଧାନମନ୍ତ୍ରୀ ଆସୁଛନ୍ତି ଓଡ଼ିଶା

ଭୁବନେଶ୍ବର(କେନ୍ଯୁଜ୍) : ଆସନ୍ତା ୨୨ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଝାରସୁଗୁଡ଼ା ବିମାନବନ୍ଦର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ର ସରକାରଙ୍କ ଉଡ଼ାନ ଯୋଜନାରେ ଝାରସୁଗୁଡ଼ା ବିମାନବନ୍ଦରରୁ ଭୁବନେଶ୍ୱର ରାଞ୍ଚି ଓ ରାୟପୁରକୁ ବିମାନ ଚଳାଚଳ କରିବ । ଆଜି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଏୟାରପୋର୍ଟ ପରିଦର୍ଶନ କରି ରାଡ଼ାର କାମ, ରନ ୱେ ଓ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ର ତଦାରଖ କରିଥିଲେ। ଏୟାରପୋର୍ଟ ଉଦ୍ଘାଟନ ନେଇ ସୂଚନା ଦେବା ସହିତ ଏକ ସାଧାରଣ ସଭା ର ଆୟୋଜନ ହେବାର ସ୍ଥିର କରାଯାଇଛି ବୋଲି କହିଛନ୍ତି
ସେହିପରି ୨୨ ତାରିଖରେ ତାଳଚେର ସାର କାରଖାନା ନବୀକରଣ କାର୍ଯ୍ୟର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିପାରନ୍ତି ପ୍ରଧାନମନ୍ତ୍ରୀ। ୧୬ଶହ କୋଟି ଟଙ୍କାରେ ତାଳଚେର ଏଫସିଆଇର ନବୀକରଣ ହେବ । ଏହାପୂର୍ବରୁ ଗତ ମେ ୨୫ ତାରିଖରେ କଟକ ଆସିଥିଲେ ମୋଦି ।