ମନ୍ କି ବାତରେ ମୟୂରଭଞ୍ଜ ଯୁବକଙ୍କୁ ପ୍ରଶଂସା କଲେ ମୋଦି, ସାନ୍ତାଳୀ ଭାଷାକୁ ଦେଇଛନ୍ତି ଡିଜିଟାଲ ପରିଚୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତରେ ଓଡ଼ିଆ ଯୁବକଙ୍କୁ ପ୍ରଶଂସା । ମୟୂରଭଞ୍ଜ ରାମଜିତ ଟୁଡୁଙ୍କୁ ପ୍ରଶଂସା କଲେ ମୋଦି । ନିଜ ମାତୃଭାଷା ପ୍ରତି ତାଙ୍କ ଉଦ୍ୟମ ବେଶ ପ୍ରଶଂସନୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଆହୁରି ମଧ୍ୟ କହିଛନ୍ତି, ‘‘ କିଛି ବର୍ଷ ପୂର୍ବେ ରାମଜିତ ମୋବାଇଲ ଫୋନ ବ୍ୟବହାର କରିବା ଆରମ୍ଭ କରିଥିଲେ । ସେତେବେଳେ ସେ ଦୁଃଖିତ ହୋଇଥିଲେ ଯେ ସେ ନିଜ ମାତୃଭାଷାରେ ସନ୍ଦେଶ ଦେଇ ପାରୁ ନାହାନ୍ତି । ଏହାପରେ ସେ ସାନ୍ତାଳି ଭାଷାର ଲିପି ‘ଅଲ ଚିକି’ କୁ ଟାଇପ କରିବାର ସମ୍ଭାବନାକୁ ଖୋଜିବାରେ ଲାଗିଲେ । ନିଜ କିଛି ସାଥୀଙ୍କ ସହଯୋଗରେ ସେ ପୁରୁଣା ଚିକିରେ ଟାଇପ କରିବା ପାଇଁ ଏକ ଟେକନିକ ବିକଶିତ କରିପାରିଥିଲେ । ତାଙ୍କ ପାଇଁ ଆଜି ସାନ୍ତାଳି ଭାଷା ଲକ୍ଷାଧିକ ଲୋକଙ୍କ ପାଖରେ ପହଞ୍ଚି ପାରିଛି । ”

୧୦ ବର୍ଷ ପୂରଣ କରିଛି ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ । ୨୦୧୪ ଅକ୍ଟୋବରରେ ପ୍ରଥମେ ପ୍ରସାରିତ ହୋଇଥିଲା ମନ୍ କି ବାତ୍ । ଦେଶର ୨୨ଟି ଭାଷାରେ ପ୍ରସାରିତ ହେଉଛି ମନ୍ କି ବାତ୍ । ମନ୍ କି ବାତ୍ ୧୨ଟି ବିଦେଶୀ ଭାଷାରେ ବି ପ୍ରସାରିତ ହେଉଛି । ପ୍ରଧାନମନ୍ତ୍ରୀଙ୍କ ଏହି ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ୨୨ଟି ଭାରତୀୟ ଭାଷା ବ୍ୟତୀତ ୧୧ଟି ବିଦେଶୀ ଭାଷାରେ ମଧ୍ୟ ପ୍ରସାରିତ ହୋଇଛି। ୨୦୧୪ ମସିହା ୩ ଅକ୍ଟୋବର ବିଜୟା ଦଶମୀ ଅବସରରେ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like