ଅନ୍ତର୍ଜାତୀୟ ଯୋଗ ଦିବସ : “ମନ-ଶରୀର-ଆତ୍ମା ଓ ବୁଦ୍ଧିକୁ ଏକତ୍ର ରଖେ ଯୋଗ” କହିଲେ ମୋଦି

ଆସନ୍ତୁ ଜାଣିବା ଦେଶରେ କିପରି ପାଳନ ହେଲା ଯୋଗ ଦିବସ ..

ଭୁବନେଶ୍ବର : ଲୋକଙ୍କୁ ସମାଜ ତଥା ବିଶ୍ୱ ସହ ଯୋଡ଼ି ରହିବାକୁ ଯୋଗ ଏକ ମାଧ୍ୟମ । ଯୋଗ ଦେହକୁ ସୁସ୍ଥ ରଖେ । ଦେହର ଫିଟନେସ୍ ବଢାଇବାରେ ସହାୟକ ହୋଇଥାଏ । ଆଜି ବିଶ୍ୱ ଯୋଗ ଦିବସ ଅବସରରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡେରାଡୁନର ପ୍ରାକ୍ଟିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ୫୫ ହଜାର ଲୋକଙ୍କ ସହ ଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଏଠାରେ ପାଖାପାଖି ୪୫ ମିନିଟ୍ ଧରି ଯୋଗାଭ୍ୟାସ କରାଯାଇଥିଲା । ଏହି ଅବସରରେ ମୋଦି କହିଥିଲେ, ମନ-ଶରୀର-ଆତ୍ମା ଓ ବୁଦ୍ଧିକୁ ଯୋଡ଼ିଥାଏ ଯୋଗ । ବିଭିନ୍ନ ରୋଗ ସହିତ ସଂଗ୍ରାମ କରି ଜିତିବାରେ ଯୋଗ ସହାୟକ ହୋଇଥାଏ ବୋଲି ମୋଦି କହିଛନ୍ତି । ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସାରା ବିଶ୍ୱରେ ଯୋଗାଭ୍ୟାସ କରାଯାଇଛି । ଦେଶର ବିଭିନ୍ନ ସ୍ଥାନରେ ୫ ହଜାର କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି । ରୁଷିଙ୍କ ମହାନତମ ଅବଦାନ ଯୋଗର ମହତ୍ତ୍ୱକୁ ସାରା ବିଶ୍ୱରେ ସ୍ୱୀକାର କରି ୨୧ ଜୁନ୍ ଆଜିର ଦିନକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳିତ ହେଉଛି । ଚଳିତ ବର୍ଷର ଥିମ୍ ରହିଛି ‘YOGA FOR PEACE’ ବା ‘ଶାନ୍ତି ପାଇଁ ଯୋଗ’ ।

ସେହିପରି ରାଜସ୍ଥାନର କୋଟାରେ ପ୍ରାୟ ଅଢେଇ ଲକ୍ଷ ଲୋକଙ୍କ ସହ ମିଶି ଏକାଠି ଯୋଗ କରିଥିଲେ ବାବା ରାମ ଦେବ । ଏତେ ସଂଖ୍ୟାରେ ଲୋକଙ୍କ ସହ ଯୋଗ କରି ବାବା ରାମଦେବ ଗିନିଜ୍ ବୁକ୍ ଅଫ୍ ରେକର୍ଡ କରିଛନ୍ତି ।ଏହି ଅବସରରେ ଭୁବନେଶ୍ୱର ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପ ଅବସରରେ ଏକ ସ୍ୱତନ୍ତ୍ର ଯୋଗ ଶିବିରର ଆୟୋଜନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପୁରୀ ଗଜପତି ମହାରାଜ ଦିବ୍ୟ ସିଂହ ଦେବ ଯୋଗ ଦେଇଛନ୍ତି। ଶିବିରରେ ସକାଳୁ ସକାଳୁ ଶତାଧିକ ଲୋକ ଯୋଗଦେଇ ବିଭିନ୍ନ ପ୍ରକାର ଯୋଗ କରିଛନ୍ତି।

କିଟ୍‌  କିସ୍‌ରେ ପାଳିତ ହୋଇଛି ବିଶ୍ୱ ଯୋଗ ଦିବସ। କିଟ୍‌ ଓ କିସ୍‌ର କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀମାନେ ଯୋଗଦେଇ ବିଭିନ୍ନ ପ୍ରକାର ଯୋଗ କରିଥିଲେ। ଯୋଗ ଶରୀର, ମନ ଓ ଆତ୍ମାକୁ ଶାନ୍ତି ଦେଇଥାଏ । ୧୯ ହଜାର ଫୁଟ୍‌ ଉପରେ ଯୋଗ । ଲଦାଖର ୧୯ ହଜାର ଫୁଟ ଉପରେ ଯୋଗ କରିଛନ୍ତି ଯବାନ । ଆଇଟିବିପିର ଯବାନମାନେ ମାଇନସ୍‌ ୪୦ ଡିଗ୍ରୀ ତାପମାତ୍ରାରେ ଯୋଗ କରିଛନ୍ତି । ଏଠାରେ ଯବାନମାନେ ସୂର୍ଯ୍ୟ ନମସ୍କାର କରୁଥିବାର ଦେଖିବାକୁ ମିଳିଛି । ସେହିପରି ରୋହତଗ ନିକଟରେ ୧୩ ହଜାର ୨ ଶହ ଫୁଟ ଉପରେ ଆଇଟିବିପିର ଯବାନମାନେ ଯୋଗ କରିଛନ୍ତି । ଭାରତ-ଚୀନ୍‌ ସୀମାରେ ମଧ୍ୟ ଯବାନମାନେ ଯୋଗ କରିଛନ୍ତି ।

Leave A Reply

Your email address will not be published.