ଭୁବନେଶ୍ବର(କେନ୍ଯୁଜ୍) : ବତ୍ୟା ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମସ୍ତ ପ୍ରକାର ସହାୟତା ପ୍ରଦାନ ନେଇ ମୋଦି ପ୍ରତିଶ୍ରୁତି ଦେଇଛନ୍ତି । ବାତ୍ୟା ପୀଡିତଙ୍କ କୁଶଳ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ କଥା ହୋଇଛନ୍ତି । ଏ ନେଇ ପ୍ରଧାନମନ୍ତ୍ରୀ ଟ୍ଵିଟ୍ କରି ସୂଚନା ଦେଇଛନ୍ତି ।