ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ , ମୟୂରଭଞ୍ଜରେ ସରକାରୀ କାର‌୍ୟ୍ୟକ୍ରମ ଓ ସାଧାରଣ ସଭାରେ ଯୋଗଦେବେ

ବାରିପଦା(କେନ୍ୟୁଜ୍) : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରିପଦା ଗସ୍ତ । ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ବିଜେପିର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମୋଦିଙ୍କ ପୋଷ୍ଟର ବ୍ୟାନରରେ ବାରିପଦା ସହର ଛାଇ ଯାଇଛି । ବାରିପଦା ଷ୍ଟାଡିୟମରେ ସରକାରୀ କାର‌୍ୟ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଜାତୀୟ ରାଜପଥ ଲୋକାର୍ପଣ ସହ ରେଳମନ୍ତ୍ରାଳୟ, ତୈଳ ମନ୍ତ୍ରାଳୟ, ପର‌୍ୟ୍ୟଟନ ବିଭାଗର ୪୪ ହଜାର ୫ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବା କାର‌୍ୟ୍ୟକ୍ରମ ରହିଛି । ଏହି କାର‌୍ୟ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସମେତ ୬ ଜଣ କେନ୍ଦ୍ରମନ୍ତ୍ରୀ ଯୋଗ ଦେଉଛନ୍ତି । ଏହାପରେ ଛଉ ପଡ଼ିଆରେ ସାଧାରଣ ସଭାରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ । ଲୋକଙ୍କୁ ପ୍ରଧାନମନ୍ତ୍ରୀ କଣ କହିବେ, ତାଉପରେ ସମସ୍ତଙ୍କ ନଜର ରହିଛି ।

ନିକଟରେ ଖୋର୍ଦ୍ଧା ସମାବେଶରେ ନବୀନଙ୍କ ନାଁ ନନେଇ ଚିଟଫଣ୍ଡ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ମୋଦି । କିନ୍ତୁ ମୟୂରଭଂଜ ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ରାମଚନ୍ଦ୍ର ହାଂସଦା ବିଜୟୀ ହୋଇଥିଲେ ମଧ୍ୟ ନବଦିଗନ୍ତ ଚିଟଫଣ୍ଡ ମାମଲାରେ ଗଲା ୪ ବର୍ଷ ଧରି ଜେଲରେ ଥିଲେ । ଶାସକ ଦଳର ସାଂସଦ ଜେଲ ଯାଇଥିବାରୁ ବାରିପଦା ସଭାରେ ସାଂସଦଙ୍କ ଜେଲ ଯିବା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କରିପାରନ୍ତି ପ୍ରଧାନମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.