ଆସନ୍ତାକାଲି ଓଡ଼ିଶା ଆସିବେ ମୋଦି, ୨୦ରେ ପୁରୀରେ କରିବେ ରୋଡ଼ ସୋ’

ପୁଣି ଓଡ଼ିଶା ଆସିବେ ମୋଦି । ଆସନ୍ତାକାଲି ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦ରେ ପୁରୀରେ ରୋଡ଼ ସୋ’ କରିବେ । ଏହା ପରେ କଟକ ଓ ଅନୁଗୁଳ ସଭାରେ ଦେବେ ଉଦବୋଧନ । ୨୦ ତାରିଖ ସକାଳ ୭ ଟା ରେ ପୁରୀରେ ପହଁଚିବେ ପ୍ରଧାନମନ୍ତ୍ରୀ । ମୋଦିଙ୍କ ଗସ୍ତ ପୂର୍ବରୁ ପୁରୀରେ ଏସପିଜି ସୁରକ୍ଷା ଟିମ । ଏସପି ପିନାକ ମିଶ୍ରଙ୍କ ସହ ଏହି ଟିମ ବଡଦାଣ୍ଡରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ପୁଣି ଓଡ଼ିଶା ଆସିବେ ମୋଦି । ଆସନ୍ତାକାଲି ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦ରେ ପୁରୀରେ ରୋଡ଼ ସୋ’ କରିବେ । ଏହା ପରେ କଟକ ଓ ଅନୁଗୁଳ ସଭାରେ ଦେବେ ଉଦବୋଧନ । ୨୦ ତାରିଖ ସକାଳ ୭ ଟା ରେ ପୁରୀରେ ପହଁଚିବେ ପ୍ରଧାନମନ୍ତ୍ରୀ । ମୋଦିଙ୍କ ଗସ୍ତ ପୂର୍ବରୁ ପୁରୀରେ ଏସପିଜି ସୁରକ୍ଷା ଟିମ । ଏସପି ପିନାକ ମିଶ୍ରଙ୍କ ସହ ଏହି ଟିମ ବଡଦାଣ୍ଡରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ।

ପୁରୀ ପରେ କଟକ ବାଲିଯାତ୍ରା ଉପର ପଡ଼ିଆରେ ହେବ ନିର୍ବାଚନୀ ସଭା। ମୋଦିଙ୍କ ଗସ୍ତ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ରୁଟ ଲାଇନ ଓ ସଭାସ୍ଥଳ ବୁଲି ଦେଖିଛନ୍ତି ଏସ.ପି.ଜି ସୁରକ୍ଷା କର୍ମୀଙ୍କର ଏକ ଟିମ। କଟକ ଡିସିପିଙ୍କ କାର୍ଯ୍ୟାଳୟରେ ସୁରକ୍ଷା ସମ୍ପର୍କିତ ଏକ ବୈଠକ ମଧ୍ୟ ହୋଇଛି । ଏହି ବୈଠକରେ ଡିସିପି, ଜିଲ୍ଲାପାଳ, ସିଏମସି କମିଶନରଙ୍କ ସମେତ ଅନ୍ୟାନ୍ୟ ବିଭାଗର ବରିଷ୍ଠ ଅଧିକାରୀ ଏବଂ ବିଜେପିର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ। ଆସନ୍ତା ସୋମବାର ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକାଶମାର୍ଗରେ ଆସି ନରାଜ ସ୍ଥିତ ହେଲିପ୍ୟାଡ଼ରେ ଅବତରଣ କରିବେ । ପରେ ଚହଟା ଛକ ଦେଇ ବାଲିଯାତ୍ରା ପଡ଼ିଆରେ ପହଞ୍ଚିବେ । ବାଲିଯାତ୍ରା ପଡ଼ିଆରେ ପ୍ରାୟ ଏକ ଘଣ୍ଟାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.