ମୋଦିଙ୍କ ଦୃଢ଼ୋକ୍ତି, ବଦଳିବ ଓଡ଼ିଶାର ଭାଗ୍ୟ…ବଦଳିବ ସରକାର

ଓଡ଼ିଶାର ଭାଗ୍ୟ ବଦଳିବାକୁ ଯାଉଛି । ଓଡ଼ିଶାରେ ସରକାର ବଦଳିବ । ନ୍ୟୁଜ ଏଜେନ୍ସୀ ANIକୁ ସାକ୍ଷାତକାର ଦେଇ ଏହା କହିଛନ୍ତ ମୋଦି । ନିଜ ପୁରୁଣା କଥା ଦୋହରାଇଛନ୍ତି ମୋଦି । ଜୁନ ୪ ରେ ବର୍ତ୍ତମାନର ସରକାରଙ୍କ ଏକ୍ସପାରୀ ଟେଡ୍ଜୁ ନ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ମୋଦି କହିଛନ୍ତି । ଗତ ୨୫ ବର୍ଷ ଭିତରେ ଓଡ଼ିଶାରେ କିଛି ପ୍ରଗତି ହୋଇ ନାହିଁ ।

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାର ଭାଗ୍ୟ ବଦଳିବାକୁ ଯାଉଛି । ଓଡ଼ିଶାରେ ସରକାର ବଦଳିବ । ନ୍ୟୁଜ ଏଜେନ୍ସୀ ANIକୁ ସାକ୍ଷାତକାର ଦେଇ ଏହା କହିଛନ୍ତ ମୋଦି। ନିଜ ପୁରୁଣା କଥା ଦୋହରାଇଛନ୍ତି ମୋଦି। ଜୁନ ୪ ରେ ବର୍ତ୍ତମାନର ସରକାରଙ୍କ ଏକ୍ସପାରୀ ଟେଡ୍ । ଜୁନ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ମୋଦି କହିଛନ୍ତି। ଗତ ୨୫ ବର୍ଷ ଭିତରେ ଓଡ଼ିଶାରେ କିଛି ପ୍ରଗତି ହୋଇ ନାହିଁ । ଓଡ଼ିଶା ଧନୀ ହୋଇଥିବା ବେଳେ ଓଡ଼ିଶାର ଲୋକ ଗରିବ ବୋଲି ମୋଦି କହିଛନ୍ତି। ଓଡ଼ିଶାରେ ପ୍ରଥମ ନିର୍ବାଚନୀ ସଭାରେ ସମାନ କଥା କହିଥିଲେ ମୋଦି । ଜୁନ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି କହିଥିଲେ ।

ଆସନ୍ତାକାଲି ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ୩ଟି ଜନସଭାକୁ ସମ୍ବୋଧିତ କରିବେ ମୋଦୀ । ଓଡ଼ିଶା ଗସ୍ତ ପୂର୍ବରୁ ପୁଣିଥରେ ବିଜେପି ସରକାର ଗଠନ ନେଇ ମୋଦୀ ଦମ୍ଭୋକ୍ତି ଦେଖାଇବା ଓଡ଼ିଶା ରାଜନୀତିରେ ହଲଚଲ ସୃଷ୍ଟି କରିଛି । ଏହା ପରେ ଜବାବ ରଖିଥିଲା ବିଜେଡି। ବିଜେଡିର ମୁଖ୍ୟ ନିର୍ବାଚନ ରଣନୀତିଜ୍ଞ କାର୍ତ୍ତିକ ପାଣ୍ଡିଆନ କହିଥିଲେ, ଜୁନ ୯ରେ ଷଷ୍ଠ ଥର ପାଇଁ ଶପଥ ଗ୍ରହଣ କରିବେ ନବୀନ ପଟ୍ଟନାୟକ।

You might also like