ରାଜ୍ୟ

ଆଜି ମୋଦିଙ୍କ ମାରାଥନ ପ୍ରଚାର, ପ୍ରଥମେ ଫୁଲବାଣୀରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ

ଭୁବନେଶ୍ୱର (କେନ୍ୟୁଜ): ଆଜି ଓଡ଼ିଶାରେ ମୋଦିଙ୍କ ମାରାଥନ ପ୍ରଚାର ।  ଫୁଲବାଣୀ, ବଲାଙ୍ଗିର ଓ ବରଗଡ଼ରେ ପ୍ରଚାର କରିବେ ମୋଦି  । ପ୍ରଥମେ ଫୁଲବାଣୀରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ।  ଏହା ପରେ ବଲାଙ୍ଗିର ଓ ପରେ ବରଗଡ଼ ସମାବେଶ ।  ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଗତକାଲି ଭୁବନେଶ୍ବରରେ ରୋଡ ସୋ କରିଥିଲେ ମୋଦି ।  ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ୍ ସୋ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଗାଡିରେ ଭୁବନେଶ୍ୱର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ରହିଥିଲେ ।  ଏହାସହ ବିଧାୟକ ପ୍ରାର୍ଥୀ ଓ ଦଳୀୟ କର୍ମୀମାନେ ପ୍ରଧାନମନ୍ତ୍ରୀଙ୍କ ଗାଡି ପାଖେ ପାଖେ ଚାଲିଥିଲେ । ଏସବୁ ଭିତରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ବିଜେପିକୁ ବଳ ଯୋଗାଇଛି ।

ରୋଡ୍ ସୋ ପରେ ଟ୍ବିଟ୍ କରି ମୋଦି କହିଛନ୍ତି ଓଡ଼ିଶାବାସୀଙ୍କ ପାଇଁ ଉନ୍ନତିମୂଳକ କାର୍ଯ୍ୟ ଜାରି ରଖିବ ବିଜେପି ।  ବନ୍ଦେ ଭାରତ ଟ୍ରେନ, ଜାତୀୟ ରାଜପଥ ଏବଂ ଶିକ୍ଷା ଆଦି କ୍ଷେତ୍ରରେ ଓଡ଼ିଶା ପାଇଁ କେନ୍ଦ୍ର ସକରକାର ବିକାଶମୂଳକ କାର୍ଯ୍ୟ କରୁଛନ୍ତି ।  ବିଶେଷ କରି ଗତ ୫ ବର୍ଷରେ କେନ୍ଦ୍ର ସରକାର କଣ କରିଛନ୍ତି ତା ଉପରେ ଫୋକସ କରିଛନ୍ତି ମୋଦି । ତେବେ ଜୁନ ୧୦ରେ ବିଜେପି ସରକାର ଶପଥ ପାଠ କରିବା ନେଇ କିଛି ଉଲ୍ଲେଖ କରି ନାହାନ୍ତି । ଆଜି ତାଙ୍କର ୩ଟି ସଭା ଥିବା ବେଳେ କଣ କହିବେ ତାକୁ ଅପେକ୍ଷା ରହିଛି ।

Barsha

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

31 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago