କଂଗ୍ରେସ ପାଇଁ ଆଜି କଳା ଦିନ: ମହମ୍ମଦ ମୋକିମ୍‌

ଭୁବନେଶ୍ୱର(କେନ୍ୟୁଜ୍): କଂଗ୍ରେସ ପାଇଁ ଆଜି କଳା ଦିନ। ବାରବାଟୀ-କଟକ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍‌ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ଗୁଲାମ ନବୀ ଆଜାଦ ସବୁ ରାଜ୍ୟର ପ୍ରଭାରୀ ରହି ଆସିଛନ୍ତି। ତାଙ୍କର ସାଙ୍ଗଠନିକ ଅଭିଜ୍ଞତା ରହିଛି, ଏହା କଂଗ୍ରେସ ଦଳ ପାଇଁ ଶୁଭଙ୍କର ନୁହେଁ।

ବରିଷ୍ଠ-କନିଷ୍ଠଙ୍କ ମଧ୍ୟରେ ସାମଞ୍ଜସ୍ୟ ରଖି କାମ କରିବା ଉଚିତ୍‌। ‘ସଙ୍ଗଠନକୁ ମଜଭୁତ କରିବା ଦଳର ଲକ୍ଷ୍ୟ ହେବା ଉଚିତ ବୋଲି କହିଛନ୍ତି ମହମ୍ମଦ ମୋକିମ୍‌ । ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ସମସ୍ତଙ୍କୁ ନେଇ କାମ କରିବାକୁ ହେବ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.