୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ : ବଦଳିଲା କିଛି ଯୋଜନା , ନୂଆ ହେଲା କିଛି

କେନ୍ୟୁଜ (ବ୍ୟୁରୋ ) : ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ଏଥିରେ ପୂର୍ବ ସରକାରଙ୍କ ଦ୍ବାରା ପ୍ରଣୟନ ହୋଇଥିବା କେତକ ଯୋଜନାର ନାମ ପରିବର୍ତ୍ତନ କରିବା ସହ କିଛି ନୂଆ ଯୋଜନା ପାଇଁ ବ୍ୟୟବରାଦ କରିଛନ୍ତି ମୋହନ ସରକାର । ଆସନ୍ତୁ ଜାଣିବା ସେହି ସବୁ ଯୋଜନା ।
ବଦଳିଗଲା ବିଏସକେୱାଇ ନାଁ – ହେଲା ଗୋପବନ୍ଧୁ ଜନଆରୋଗ୍ଯ ଯୋଜନା = ୫୪୫୦ କୋଟି ବ୍ୟୟବରାଦ
ଲାଗୁହେଲା ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନଆରୋଗ୍ଯ ଯୋଜନା = ୫୦୦ କୋଟି ବ୍ୟୟବରାଦ
ବଦଳିଗଲା କାଳିଆ ଯୋଜନାର ନାଁ- ହେଲା ସିଏମ କିଷାନ = ୧୯୩୫ କୋଟି
ଲାଗୁହେଲା ସମୃଦ୍ଧ କୃଷକ ଯୋଜନା = ୫୦୦୦ କୋଟି ବ୍ୟୟବରାଦ
ବଦଳିଲା ମିଲେଟ ମିଶନର ନାଁ – ହେଲା ଶ୍ରୀଅନ୍ନ ଅଭିଯାନ = ୬୪୯ କୋଟି ବ୍ୟୟବରାଦ
ବଦଳିଲା ମୋ ସ୍କୁଲ ଯୋଜନାର ନାଁ- ହେଲା ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ = ୩୨୨ କୋଟି ଟଙ୍କା ବ୍ୟୟବରାଦ
ଆମ ଓଡ଼ିଶା ନବୀନ ଓଡ଼ିଶାର ନାଁ ବଦଳିଲା – ହେଲା ବିକଶିତ ଗାଁ ବିକଶିତ ଓଡ଼ିଶା