ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀଙ୍କ ନାମରେ ବାଜିଲା ମୋହର

କେନ୍ୟୁଜ (ବ୍ୟୁରୋ) : ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀଙ୍କ ନାମରେ ବାଜିଲା ମୋହର । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଲା । ମୁଖ୍ୟମନ୍ତ୍ରୀ ସସ୍ପେନ୍ସରୁ ପରଦା ହଟିଲା । ଆଜି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କଲେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ । ଆଜି ବିଜେପିର ବିଧାୟକ ଦଳ ବୈଠକରେ ସର୍ବସମ୍ମତିକ୍ରମେ ଘୋଷଣା ହେଲା ମୋହନ ମାଝୀଙ୍କ ନାମ । ରାଜ୍ୟ କାର୍ଯ୍ୟାଳୟରେ ବସିଥିବା ଏହି ବୈଠକରେ ନାଁ ଘୋଷଣା କଲେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ  ।  ବିଧାୟକ ଦଳ ନେତା ଭାବେ ମୋହନ  ମାଝୀଙ୍କ ନାମରେ ବାଜିଲା ମୋହର  । ଦଳ କେ. ଭି. ସିଂହଦେଓ ଓ ପ୍ରଭାତୀ ପରିଡାଙ୍କୁ  ଉପ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରିଛି  ।

 

Leave A Reply

Your email address will not be published.