ରାଜ୍ୟ

ଦାୟିତ୍ୱ ନ ତୁଲାଇବାରୁ ମୋହନା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବଦଳି ଦାବି, ପଞ୍ଚାୟତ ଅଫିସରେ ତାଲା

ମୋହନା (କେନ୍ୟୁଜ): ଗଜପତି ଜ଼ିଲ୍ଲା ମୋହନା ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀ ଭୂୟାଁଙ୍କୁ ତୁରନ୍ତ ବଦଳି ଦାବି । ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି ପଞ୍ଚାୟତର ୱାର୍ଡ ସଭ୍ୟ / ସଭ୍ୟା ଏବଂ ସମିତି ସଭ୍ୟ । ଅଭିଯୋଗ ରହିଛି ଯେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଅତିରିକ୍ତ ଭାବେ ମୋହନା ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଦାୟିତ୍ୱ ଦିଆଯାଇଛି ଯାହା ସେ ଠିକ୍ ଭାବେ ତୁଲାଉ ନାହାନ୍ତି । ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀଙ୍କ ଅତିରିକ୍ତ ଦାୟିତ୍ୱରେ ରହିଥିବା ଯୋଗୁଁ ସେ ଠିକ୍ ଭାବେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଦାୟିତ୍ୱ ନତୁଲାଇ ଉଚ୍ଚ ପଦବୀର ଦୁରୁପଯୋଗ କରୁଛନ୍ତି ।

ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମୋହନା ପଞ୍ଚାୟତରେ ନୂତନ ଭାବେ ନିର୍ବାଚିତ ସରପଞ୍ଚ ଏବଂ ୱାର୍ଡ ସଭ୍ୟା / ସଭ୍ୟ ମାନେ ଅନଭିଜ୍ଞ ଏହାର ଫାଇଦା ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଖଗେଶ୍ୱର ଭୂୟାଁ ପଞ୍ଚାୟତ ରେଜୁଲେସନ୍ ଖାତାରେ ପୂର୍ବରୁ ସଭ୍ୟ / ସଭ୍ୟାଙ୍କ ସ୍ଵାକ୍ଷର ନେଇ ପରେ ନିଜ ଇଛା ଅନୁଯାୟୀ ରେଜୁଲେସନ୍ ଲେଖନ୍ତି । ପଞ୍ଚାୟତର ବିଭିନ୍ନ ଟିକସ ଆଦାୟ ଏବଂ ଖର୍ଚ୍ଚର ହିସାବ ଏଯାଏଁ ଦେଇନାହାନ୍ତି । ପଞ୍ଚାୟତରେ କେତୋଟି ପାସ୍ ବୁକ୍ ଅଛି, କେଉଁ ଜାଗାରେ ଉନ୍ନୟନ ମୂଳକ କାର୍ଯ୍ୟ ଚାଲିଛି ତାର ମଧ୍ୟ ସୂଚନା ଦେଉନାହାନ୍ତି ।

ପଞ୍ଚାୟତର ନିର୍ବାଚିତ ପ୍ରତିନିଧିଙ୍କୁ ନଜଣାଇ 15th ସି. ଏଫ. ସି ଟଙ୍କା କୁ ବିଭିନ୍ନ ସ୍ଥାନରେ ଉନ୍ନୟନ ମୂଳକ ନିର୍ମାଣ କାର୍ଯ୍ୟ ରଖି ନିଜେ ଖର୍ଚ୍ଚ କରୁଛନ୍ତି । ସରକାରଙ୍କ ଯେ କୌଣସି ଜନ ହିତକର ଯୋଜନା ପ୍ରତିନିଧିଙ୍କୁ ନଜଣାଇ ନିଜ ମନ ମୁତାବକ କାର୍ଯ୍ୟକ୍ରମକୁ ପରିଚାଳନା କରନ୍ତି । ଏଭଳି ବିଭିନ୍ନ ସଙ୍ଗୀନ ଅଭିଯୋଗ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ବିରୋଧ ରେ ଆଣିଛନ୍ତି ମୋହନା ଗ୍ରାମ ପଞ୍ଚାୟତ ର ୱାର୍ଡ ସଭ୍ୟ / ସଭ୍ୟା ମାନେ । ୩୯ ପଞ୍ଚାୟତ ବିଶିଷ୍ଟ ମୋହନା ବ୍ଲକ ନିମନ୍ତେ ଜଣେ ସ୍ଥାୟୀ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ନିଯୁକ୍ତ ହୋଇନଥିବା ଯୋଗୁଁ ମୋହନା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଅତିରିକ୍ତ ଭାବେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଦାୟିତ୍ୱ ଦିଆଯାଇଛି l ତେଣୁ ଅତିଶୀଘ୍ର ଜଣେ ସ୍ଥାୟୀ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ମୋହନା ବ୍ଲକ ନିମନ୍ତେ ନିଯୁକ୍ତ କରିବା ସହ ତୁରନ୍ତ ଖଗେଶ୍ୱରଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ଦାବି କରିଛନ୍ତି ମୋହନା ପଞ୍ଚାୟତ ୱାର୍ଡ ସଭ୍ୟ / ସଭ୍ୟା ବୃନ୍ଦ ।

ଏନେଇ ମୋହନା ବିଡ଼ିଓଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବା ଯୋଗୁଁ ବାଧ୍ୟ୍ୟ ହୋଇ ପଞ୍ଚାୟତ କାର୍ଯ୍ୟଳୟ ସମ୍ମୁଖ ଗେଟ୍ ରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି ପଞ୍ଚାୟତ ର ନିର୍ବାଚିତ ପ୍ରତିନିଧି ମାନେ । ତେଵେ ଅତିଶୀଘ୍ର ନିର୍ବାଚିତ ପ୍ରତିନିଧିଙ୍କ ଦାବି ପୂରଣ କରାଯିବ ବୋଲି କହିଛନ୍ତି ବିଡ଼ିଓ ତପସ୍ୱିନୀ ହାଁସଦା ।

Barsha

Recent Posts

ସ୍କୁଲରେ ପାଠ ପଢ଼ାଇବେ ଅବସରପ୍ରାପ୍ତ ଅତିଥି ଶିକ୍ଷକ

ଭୁବନେଶ୍ୱର: ଅବସରପ୍ରାପ୍ତ ଅତିଥି ଶିକ୍ଷକ ପାଠ ପଢ଼ାଇବେ। ସେମାନଙ୍କ ସହ ଏଗ୍ରିମେଣ୍ଟ ହେବ, ଅଧିକ ଆଲୋଚନା ହୋଇ ନିଯୁକ୍ତି ଦିଆଯିବ।…

4 mins ago

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

20 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

36 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

49 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

58 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

1 hour ago