ମୋହନା: ଦୁର୍ଘଟଣାରେ ୪ ମୃତ, ୩୨ଆହତ। ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ଚିଟିଙ୍ଗ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ୪ ଜଣଙ୍କ ଜୀବନ ଯାଇଛି । ୩୨ ଜଣ ଆହତ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତଙ୍କୁ ପ୍ରଥମେ ଚନ୍ଦ୍ରଗିରି ମେଡିକାଲ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପଠାଯାଇଥିଲା ।
ବ୍ରହ୍ମପୁରରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଘଟଣା ସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଥବା କୁହାଯାଉଛି । ଏକ ଭୋଜିରେ ଯୋଗ ଦେବା ପାଇଁ ରାମଗିରି କେକେସିଂ ଗାଁରୁ ୩୬ଜଣ ମୋହନା ଥାନା ଘାଇବାଲି ଗାଁକୁ ଯାଉଥିବା ବେଳେ ପୂର୍ବାହ୍ନ ୧୨ଟାରେ ଗଜପତି ଜିଲ୍ଲା ଚନ୍ଦ୍ରଗିରି ଚିଟିଙ୍ଗ ଘାଟିରେ ପିକଅପ ଭ୍ୟାନ ଓଲଟି ଦୁର୍ଘଟଣା ଘଟିଥିଲା । ଡ୍ରାଇଭରଙ୍କ ପତା ମିଳୁନି । ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଜଣାପଡିଛି ।