ରାଜ୍ୟ

ଇଟାଭାଟିରେ ପୋଡି ହୋଇ ମହିଳା ମୃତ୍ୟୁ ଘଟଣା,ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ମୋହନା : ଗଜପତି ଜ଼ିଲ୍ଲା ଅଡବା ଥାନା ଡେଙ୍ଗାସଖାଲ ପଞ୍ଚାୟତ ଅନ୍ତର୍ଗତ ରାଇଜୁକା ଗ୍ରାମରେ ନିଆଁରେ ପୋଡି ହୋଇ ମହିଳାଙ୍କ ମୃତ୍ୟୁ ଘଟଣା ନୁଆଁ ମୋଡ଼ ନେଇଛି l ଏହା ଦୁର୍ଘଟଣା ନୁହେଁ ବରଂ ସୂପରିକଳ୍ପିତ ହତ୍ୟାକାଣ୍ଡ ବୋଲି କହିବା ସହ ଏନେଇ ମୃତ ସୁପ୍ରିୟା ବସ୍ତରାୟଙ୍କ ସ୍ୱାମୀ ଆନନ୍ଦ ବସ୍ତରାୟଙ୍କ ଉପରେ ଅଡବା ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି ମୃତ ସୁପ୍ରିୟାଙ୍କ ବାପା ସଦାନନ୍ଦ ନାୟକ l

ସୂଚନାଯୋଗ୍ୟ, ଗତ ଜୁନ ୧୧ ତାରିଖରେ ଇଟାଭାଟିରେ ନିଆଁ ଲଗାଉଥିବା ବେଳେ ନିଆଁରେ ପୋଡ଼ି ହୋଇ ରାଇଜୁକା ଗାଁର ଆନନ୍ଦ ବସ୍ତରାୟଙ୍କ ସ୍ତ୍ରୀ ସୁପ୍ରୀୟା ବସ୍ତରାୟ ଗୁରୁତର ଆହତ ହୋଇଥିଲେ l ତାଙ୍କୁ ପ୍ରଥମେ ମୋହନା ଏବଂ ପରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା କିନ୍ତୁ ଗତ ଜୁଲାଇ ୨୭ ରେ ଚିକିତ୍ସାଧିନ ଅବସ୍ଥାରେ ସୁପ୍ରିୟାଙ୍କ ମୃତ୍ୟୁ ହୋଇଥିଲା l ଏହାପରେ ଖ୍ରୀଷ୍ଟଧର୍ମ ଅନୁଯାୟୀ ଶବକୁ କବର ଦିଆଯାଇଥିଲା l

କିନ୍ତୁ ଘଟଣାର ସପ୍ତାହ ପରେ ଝିଅକୁ ହତ୍ୟା କରାଯାଇଥିବା ସହ ଅନେକ ସମୟରେ ସ୍ୱାମୀ ଆନନ୍ଦ ସୁପ୍ରିୟାକୁ ନିର୍ଯ୍ୟାତନା ଦେଉଥିବା ଅଡବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତ ସୁପ୍ରିୟାଙ୍କ ବାପା l

ଅଭିଯୋଗକୁ ଭିତ୍ତିକରି ପୋଲିସ ଡି. ଏସ୍. ପି କୈଳାସ ଚନ୍ଦ୍ର ବୁରୁଦାଙ୍କ ଏବଂ ମୋହନା ଅତିରିକ୍ତ ତହସିଲଦାର ହିମାଂଶୁ ଭୂଷଣ ପଲାଇଙ୍କ ଉପସ୍ଥିତିରେ ଅଡବା ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ରାଇଜୁକା ଗ୍ରାମରେ ପହଞ୍ଚି ସ୍ମଶାନରୁ ସୁପ୍ରିୟାଙ୍କ ପୋତା ଯାଇଥିବା ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର mkcg ମେଡିକାଲକୁ ପଠାଇଛି l ମୃତ ସୁପ୍ରିୟାଙ୍କ ସ୍ୱାମୀ ଆନନ୍ଦ ବସ୍ତରାୟଙ୍କୁ ଅଟକ ରଖି ପୋଲିସ ଘଟଣାର ତଦନ୍ତ କରୁଥିବା ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡା କହିଛନ୍ତି l

Niharanjan

Recent Posts

ମୋଦିଙ୍କ ୩-୦ କ୍ୟାବିନେଟରେ କାହାକୁ ମିଳିଲା କେଉଁ ବିଭାଗ

ନୂଆଦିଲ୍ଲୀ: ମୋଦିଙ୍କ ତୃତୀୟ ଇନିଂସରେ ମନ୍ତ୍ରୀମାନେ ଶପଥ ନେବା ପରେ ଆଜି ସେମାନଙ୍କ ବିଭାଗ ବଣ୍ଟନ କରାଯାଇଛି । ଆସନ୍ତୁ…

18 mins ago

ଓଜନ କମ୍‌ କରିବା ସହ ହାଡ ସମସ୍ୟା ମଧ୍ୟ ଦୂର କରିବାରେ ସାହାଯ୍ୟ କରିବ ଅଳସୀ ମଞ୍ଜି, ଏହି ଉପାୟରେ କରନ୍ତୁ ବ୍ୟବହାର

ଛୋଟ ଛୋଟ ବ୍ରାଉନ୍ କଲର ଅଳସୀ ମଞ୍ଜି ଏକ ସୁପରଫୁଡ୍ ଠାରୁ କମ୍ ନୁହେଁ । ଅଳସୀରେ ପ୍ରୋଟିନ ଭରପୂର…

2 hours ago

ମୁମ୍ବାଇ କ୍ରିକେଟ୍‌ ଆସୋସିଏସନ ଅଧ୍ୟକ୍ଷ ଅମୋଲ କାଲେଙ୍କ ହାର୍ଟ ଆଟାକ୍‌ରେ ନିଧନ, ଷ୍ଟାଡିୟମ୍‌ରେ ବସି ଦେଖୁଥିଲେ ମ୍ୟାଚ୍‌

ଟି-୨୦ ବିଶ୍ୱକପ୍‌ ୨୦୨୪ରେ ଭାରତ ଏବଂ ପାକିସ୍ତାନ ଦଳ ମଧ୍ୟରେ ରବିବାର ଏକ ରୋମାଞ୍ଚକର ମ୍ୟାଚ୍ ଖେଳାଯାଇଥିଲା । ଏହି…

2 hours ago

ମୋ ପୁଅକୁ ଡାଇରିଆ ହେଇଥିଲା, ଡାକ୍ତରଖାନାରେ ଭଲ ହେବ କଣ ଓଲଟି ଚାଲିଗଲା

ଚାନ୍ଦବାଲି (କେନ୍ୟୁଜ) : ପୁଅ ଭଲ ପାଠ ପଢ଼ୁଥିଲା । ପୁଅକୁ ନେଇ ମାଆ ବାପାଙ୍କର ଥିଲା ଅନେକ ଆଶା…

2 hours ago

ବାଇକକୁ ପିଟିଲା କାର ଘଟଣାସ୍ଥଳରେ ଭାଇ ଭଉଣୀ ମୃତ

ନରସିଂହପୁର (କେନ୍ୟୁଜ୍‌): ବଡମ୍ବା ଥାନା ଅନ୍ତର୍ଗତ ଭଟ୍ଟାରିକା ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବାଇକକୁ ପିଟିଲା…

2 hours ago

ଭାରି ହେଇଗଲା ଅମୃତଭଣ୍ଡାର ଓଜନ ଓଲଟିପଡିଲା ଟ୍ରକ୍‌, ଗାଡି ଭିତରେ ଚାପି ରହି ଚାଲିଗଲା ଚାଳକର ଜୀବନ

ସୋର (କେନ୍ୟୁଜ) : ସବୁଦିନ ପରି ଆଜି ବି ଗାଡି ଚଲାଇ ଯାଉଥିଲେ । କିନ୍ତୁ ଏଥର ଭାରି ହେଇଗଲା…

2 hours ago