ରଣନୀତି ବଦଳାଉଛି ଲାଲବାହିନୀ : ସୁରକ୍ଷାକର୍ମୀଙ୍କୁ କ୍ଷତି ପହଞ୍ଚାଇବାକୁ ପ୍ରସ୍ତୁତ କରୁଛି ମୋଟର ସାଇକେଲ୍ ବୋମା

moist bomb blast

ଛତିଶଗଡ : ଷ୍ଟ୍ରାଟେଜି ବଦଳାଉଛନ୍ତି ମାଓବାଦୀ । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରିବାକୁ ନୂଆ ରଣନୀତି ପ୍ରସ୍ତୁତ କରୁଛି ଲାଲ ବାହିନୀ । ସୁରକ୍ଷା ବାହାନୀକୁ ବଡ଼ ଧରଣର କ୍ଷତି ପହଞ୍ଚାଇବାକୁ ଲାଲଗଡରେ ତିଆରି ହେଉଛି ନୂଆ ନକ୍ସା । ଲାଲ ବାହିନୀ ଏବେ ମୋଟର ସାଇକେଲ ବୋମା ପ୍ରସ୍ତୁତ କରୁଛି । ମୁଖ୍ୟ ଅସ୍ତ୍ର ଲ୍ୟାଣ୍ଡମାଇନ ଦ୍ୱାରା ଆଉ ବେଶି ସଫଳତା ମିଳୁନଥିବାରୁ ମୋଟର ସାଇକେଲ ବୋମା ଦ୍ୱାରା ଯବାନଙ୍କୁ ଟାର୍ଗେଟ୍‌ କରିବା ଯୋଜନା କରୁଛନ୍ତି । ଏଭଳି ବୋମା ତିଆରି ପାଇଁ ଏବେ ମାଓବାଦୀଙ୍କୁ ଟ୍ରେନିଂ ଦିଆଯାଉଛି । ଏଥିରେ ମାଓବାଦୀମାନେ ସଫଳ ହୋଇଥିବା ମଧ୍ୟ ଜଣାପଡିଛି । ଏହାର ପ୍ରମାଣ ମିଳିଛି ଜବତ ହୋଇଥିବା ଦସ୍ତାବିଜ୍‌ରୁ । ଛତିଶଗଡ ଦାନ୍ତେଓ୍ଵାଡା ଜଂଗଲରେ ଚଢଉ ବେଳେ ଏହି ଦସ୍ତାବିଜ୍‌ ମିଳିଛି । ରିମୋଟ କଣ୍ଟ୍ରୋଲ ଦ୍ୱାରା ମାଓବାଦୀମାନେ ଏହି ବୋମା ବିସ୍ଫୋରଣ କରି ଯବାନଙ୍କୁ ଉଡାଇବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.