• Likes
  • Followers
  • Followers
  • Subscribers
  • Subscribe
  • Monday, November 10, 2025

KNews Odisha KNews Odisha - Sabuthi Sabubele Hata Muthare Khabar

Logos
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ
KNews Odisha
  • Home
  • ରାଜ୍ୟ
  • ଅନଲାଇନ ଲୁଡୋ ଗେମ ଖେଳୁ ଖେଳୁ ଆକାଉଣ୍ଟରୁ ସରିଗଲା ଟଙ୍କା, ଘର ଛାଡ଼ି ପଳାଇଲେ ଯୁବକ

ଅନଲାଇନ ଲୁଡୋ ଗେମ ଖେଳୁ ଖେଳୁ ଆକାଉଣ୍ଟରୁ ସରିଗଲା ଟଙ୍କା, ଘର ଛାଡ଼ି ପଳାଇଲେ ଯୁବକ

By Nihar Ranjan Panda On Dec 19, 2021
son missing

ଭଦ୍ରକ(କେନ୍ୟୁଜ୍‌) : ଅନଲାଇନ ଗେମ ଏବେ ଯୁବକ ସମାଜକୁ ପଥଭ୍ରଷ୍ଟ କରୁଛି । ଅନ୍‌ଲାଇନ ଗେମ ଖେଳି ନିଜ ଅଜାଣତରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ସାରି ଦେଉଛନ୍ତି ପଥଭ୍ରଷ୍ଟ ଯୁବକ । ଏହି ମୋବାଇଲ ଗେମ ଓ ଅନଲାଇନ ଗେମ ପାଇଁ ଅଜାଣତରେ ନିଜ ଭବିଷ୍ୟତକୁ ଅନ୍ଧକାର କରୁଛନ୍ତି ଆଜିର ଯୁବ ସମାଜ । ଏମିତି ଏକ ଘଟଣା ଦେଖିବା ପାଇଁ ମିଳିଛି ଭଦ୍ରକ ଜିଲ୍ଲାରେ ।

ଭଦ୍ରକ ଧାମନଗର ଥାନା ଦେହୁଡ଼ି ଆନନ୍ଦପୁର ହାତିବାଡି ଗାଁ ର ୧୯ ବର୍ଷୀୟ ଯୁବକ ଖଗେଶ୍ୱର ନାୟକ ମୋବାଇଲ ରେ ଅନଲାଇନ ଗେମ ଖେଳି ଘର ଲୋକ ଙ୍କ ଆକାଉଣ୍ଟ ରୁ ଟଙ୍କା ଖାଲି କରିଦେଇଛନ୍ତି । ଶେଷରେ ଭୟରେ ଘରୁ କେଉଁ ଆଡେ ଚାଲିଯାଇଛନ୍ତି । ବାପାଙ୍କ ଆକାଉଣ୍ଟ ରୁ ଖେଳିବା ବେଳେ ହଜାର ହଜାର ଟଙ୍କା କଟିଯାଇଛି ।

କିନ୍ତୁ ଶେଷ ରେ ଟଙ୍କା ଆଣିନପାରି ଘର ଛାଡିଛନ୍ତି ଯୁବକ । ପାଠ ପଢିବା ବେଳେ ଏକ ଦୋକାନରେ କାମ କରୁଥିଲେ । ହଟାତ ମୋବାଇଲ ପାଇଁ ଜିଦି କରିଥିଲେ । ଅଳ୍ପ ସଞ୍ଚୟ ରୁ ବାପା ଖଗେଶ୍ୱର ପାଇଁ ମୋବାଇଲ ଟିଏ କିଣିଦେଇଥିଲେ । କିନ୍ତୁ ପୁଅ ମୋବାଇଲ ରେ ଫ୍ରି ଫାୟାର ଓ ଲୁଡୋ ଗେମ ଖେଳିବାରେ ବ୍ୟସ୍ଥ ରହୁଥିଲେ । ଏମିତି କି ୨୦ ହଜାରରୁ ଅଧିକ ଟଙ୍କା କଟିଯାଇଥିବା ଜଣାଯାଇଛି।

ଟଙ୍କା କଟିଯିବା ପରେ ଏବେ ମୋବାଇଲକୁ ଘରେ ରଖି କେଉଁଆଡ଼େ ଚାଲିଯାଇଛନ୍ତି । ପଡୋଶୀ , ସାଙ୍ଗସାଥି ଓ ବନ୍ଧୁଙ୍କ ଘରେ ପଚରା ଉଚୁରା ପରେ ଘର ଲୋକେ ଥାନାରେ ଏତଲା ପାଇଁ ପ୍ରସ୍ତୁତ ହେଲେଣି । ପରିବାର ଲୋକେ ଏବେ ପୁଅକୁ ଖୋଜିବାରେ ବ୍ୟସ୍ତ ।

son finished father's account while playing online game
Share FacebookTwitterWhatsAppEmailFacebook MessengerPinterestReddItLinkedinTelegram
Recent Posts
  • ତାଣ୍ଡବ ରଚିଲା ସାମୁଦ୍ରିକ ଝଡ଼ ‘ଫୁଙ୍ଗ-ୱଙ୍ଗ୍’,…

    Nov 10, 2025 0
  • ମୁମ୍ବାଇରୁ କୋଲକତା ଯାଉଥିବା ସ୍ପାଇସଜେଟ୍ ବିମାନର ଇଂଜିନ ଫେଲ୍,…

    Nov 10, 2025 0
  • ପେଟ୍ରୋଲ ଏବଂ ଡିଜେଲରେ ବଢ଼ିଲା ମାତ୍ର ୧ ପଇସା, ଜାଣନ୍ତୁ ଆଜିର…

    Nov 10, 2025 0
  • ଟି୨୦ ବିଶ୍ବକପ ଫେବ୍ରୁଆରୀରୁ ଆରମ୍ଭ, ଭାରତରେ ସେମିଫାଇନାଲ ଓ…

    Nov 10, 2025 0
  • ବିହାର : ରାତିରେ ଶୋଇଥିବା ବେଳେ ଭୁଶୁଡ଼ିଲା ଘର ଛାତ, ପରିବାରର ୫…

    Nov 10, 2025 0
  • ଟ୍ରଲରକୁ ଧକ୍କା ଦେଲା ଘୋରଇ ବସ୍, କଣ୍ଡକ୍ଟର ମୃତ ଓ ୧୦ ଆହତ

    Nov 10, 2025 0
  • Founder’s Message
  • Contact us
  • Advertise
  • Privacy Policy
  • Terms Of Service
  • Disclaimer
© 2025 - Knews Odisha. All Rights Reserved.
Portal Devloped & Maintained by knewsodisha
  • Home
  • ରାଜ୍ୟ
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • କ୍ରୀଡା
  • ଟେକ୍
  • ମନୋରଂଜନ
  • ସ୍ପେଶାଲ
  • ଲାଇଫ୍ ଷ୍ଟାଇଲ୍
  • ବିବିଧ