ଲୋକେ ଜମା କରୁଛନ୍ତି କିନ୍ତୁ ଆପେ ଆପେ ଖାତାରୁ ଉଭାନ ହୋଇଯାଉଛି ଟଙ୍କା

ପିପିଲି (କେନ୍ୟୁଜ) : ବ୍ୟାଙ୍କରେ ଟଙ୍କା ଜମା ହେଉଛି କିନ୍ତୁ ମନକୁ ମନ ଉଭାନ ହେଇଯାଉଛି। ଆଉ ଅଭିଯୋଗ କଲେ ପୁଣି ଆସିଯାଉଛି ଉଭାନ ହୋଇଥିବା ଟଙ୍କା। ଭବିଷ୍ୟତକୁ ଆଖି ଆଗରେ ରଖି ଆମେମାନେ ସମସ୍ତେ ବ୍ୟାଙ୍କରେ ଟଙ୍କା ରଖିଥାଉା ଏଥିପାଇଁ ରଖିଥାଉ ଯେ ଅସୁବିଧା ସମୟରେ ସେହି ଟଙ୍କାକୁ ଉଠାଇ ଆବଶ୍ୟକତାକୁ ପୂରଣ କରିହେବା କିନ୍ତୁ ଗ୍ରାହକଙ୍କ ଅଜାଣତରେ ଜମାଖାତାରୁ ଟଙ୍କା ଉଠାଣ ହେଉଛି ଆଉ ଅଭିଯୋଗ ପରେ ପୁନର୍ବାର ଜମା ଖାତାକୁ ଟଙ୍କା ଫେରି ଆସୁଛିା ଏମିତି ଅଦ୍ଭୁତ ଘଟଣା ଘଟୁଛି ପୁରୀ ଜିଲ୍ଲା ପିପିଲି ସାତଶଙ୍ଖ ଠାରେ ଥିବାୟୁନିୟନ୍‌ ବ୍ୟାଙ୍କରେ।

ବ୍ୟାଙ୍କ ସମ୍ମୁଖରେ ଧାଡ଼ି ଧାଡ଼ି ହୋଇ ବସି ରହିଛନ୍ତି ମହିଳା । ଏମାନଙ୍କୁ ଦେଖି ଭାବୁଥିବେ ବ୍ୟାଙ୍କ ବୋଧହୁଏ ଭିଡ ଅଛି ସେଥିପାଇଁ ଏମାନେ ଏପରି ବ୍ୟାଙ୍କ ବାହାରେ ଅପେକ୍ଷା କରିଛନ୍ତି। କିନ୍ତୁ ନା ଏମାନେ ବ୍ୟାଙ୍କର ମ୍ୟାନେଜଙ୍କ ନାଁରେ ଅଭିଯୋଗ କରି ଏମିତି ଧାରଣାରେ ବସିଛନ୍ତି। ଏମାନେ ହେଉଛନ୍ତି ପୁରୀ ଜିଲ୍ଲା ପିପିଲି ବ୍ଳକ ରଥପୁରୁଷୋତମପୁର ପଂଚାୟତର ଆଂଚଳିକ ମଂଚର ମହିଳାମାନେ । ଏମାନଙ୍କୁ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ୟୁନିୟନ ବ୍ୟାଙ୍କ ଜମା ଖାତାରେ ୧ ଲକ୍ଷ ୭୫ ହଜାର ଟଙ୍କା ଆସିଥିଲା । ଏହି ଟଙ୍କାକୁ ସଭ୍ୟମାନଙ୍କୁ ଦିଆଯାଇ ସେମାନଙ୍କ ଠାରୁ ପୁନର୍ବାର ଆସିଥିଲା । ମଞ୍ଚ ପକ୍ଷରୁ ଗତ ଜୁନ୍‌ ୩୦ ତାରିଖରେ ୯୮୪୪୪ ଟଙ୍କା ରଖିଥିଲେ । ଏହାପରେ ମଞ୍ଚର ସଭାପତି ଏବଂ ସମ୍ପାଦିକାଙ୍କ ଅଜାଣତରେ ଜୁଲାଇ ୧୭ ତାରିଖରେ ୯୯ 99 ହଜାର ଟଙ୍କା ଉଠାଣ ହୋଇଯାଇଛି ।

ଏହା ଜାଣିବା ପରେ ମଞ୍ଚର ମହିଳାମାନେ ୨୨ ତାରିଖରେ ବ୍ୟାଙ୍କରେ ହଟଗୋଳ କରିବାରୁ ୨୩ ତାରିଖ ଦିନ ୧୦ ଟା ୫୦ ମିନିଟରେ ଉଭାନ ହୋଇଥିବା ୯୯ ହଜାର ଟଙ୍କା ଆପେ ଆପେ ଜମା ହୋଇଗଲାା ତେବେ ମଞ୍ଚର କର୍ମକର୍ତ୍ତାଙ୍କ ଅଜାଣତରେ ବିନା ଅନୁମତିରେ ଏହା କିପରି ହେଲା ତାକୁ ନେଇ ମହିଳାଙ୍କ ମନରେ ପ୍ରଶ୍ନ ଉଠିଛି।ମହିଳାମାନେ ଦୀର୍ଘ ୪ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ବ୍ୟାଙ୍କ କାର୍ଯ୍ଯାଳୟ ଆଗରେ ଧାରଣା ଦେଇଥିଲେ। ତେବେ ଦୀର୍ଘ ସମୟ ପରେ ବ୍ୟାଙ୍କର ମ୍ୟାନେଜର ମହିଳମାନଙ୍କ ସହିତ ଆଲୋଚନା କରିଛନ୍ତି। ଆଉ କିପରି ଏଭଳି ଘଟଣା ଘଟିଲା ସେ ସମ୍ପର୍କରେ ତଦନ୍ତ କରି ଜଣାଇବେ ବୋଲି ଶାଖା ପରିଚାଳକ ପ୍ରତିଶୃତି ଦେଇଛନ୍ତି ।

ତେବେ ଏ ସମ୍ପର୍କରେ ୟୁନିୟନ ବ୍ଯାଙ୍କ ଶାଖା ପରିଚାଳକ ଅଭିଯୋଗକୁ ସ୍ୱିକାର କରି କହିଛନ୍ତି ଯେ ଆମର କୌଣସି କର୍ମଚାରୀଙ୍କ ଭୂଲ ଯୋଗୁଁ ଏଭଳି ହୋଇଥାଇପାରେ। କିନ୍ତୁ ଏଇଠି ପ୍ରଶ୍ନ ଉଠୁଛି ଯେ କିପରି ବ୍ୟାଙ୍କ ଭଳିି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଗ୍ରାହକଙ୍କ ଅଜଣାତରେ ଏଭଳି ଅନେକ ଥର ଟଙ୍କା ଉଠାଣ ହେଉଛି ଆଉ ଅଭିଯୋଗ ପରେ ପୁନର୍ବାର ଟଙ୍କା ଖାତାକୁ ଫେରି ଆସୁଛି। ଏପରି କାମ ନିହାତି ଭାବେ ବ୍ୟାଙ୍କର ଶାଖା ପରିଚାଳକଙ୍କ କାର୍ଯ୍ୟଧାରା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.