ଠକେଇ ମାମଲା : ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ୧.୦୫ କୋଟି ଟଙ୍କାର ସମ୍ପତ୍ତି ଆଟାଚ କଲା ଇଡି

ଭୁବନେଶ୍ବର : ଏକ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ଭୁବନେଶ୍ୱରର ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ୧ .୦୫ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରିଛି । ବ୍ୟାଙ୍କ କର୍ମଚାରୀ ଜଣଙ୍କ ହେଲେ ବେଦବ୍ୟାସ ବାରିକ ଓ ତାଙ୍କ ପତ୍ନୀ ଶର୍ମିଳା ପଣ୍ଡା
ଜବତ ସମ୍ପତ୍ତି ମଧ୍ୟରେ ୪ଟି ପ୍ଲଟ, ଗୋଟିଏ ଫ୍ଲାଟ ଓ ୮ଟି ବ୍ୟାଙ୍କ ଆକାଉଣ୍ଟର ଜମା ଅର୍ଥ ରହିଛି ।

ଭୁବନେଶ୍ୱର ସିବିଆଇର ଏତଲା କ୍ରମେ ଇଡି ଆଜି ଚଢ଼ାଉ କରିଥିଲା । ବେଦବ୍ୟାସ ବ୍ୟାଙ୍କ ଅଫ ମହାରାଷ୍ଟ୍ର, କଟକ ଶାଖାରେ କ୍ୟାସିୟର ଥିବାବେଳେ ଦିଲ୍ଲୀର ସୁକାନ୍ତି ବାରିକ ନାମକ ଜଣକ ମହିଳାଙ୍କ ଠାରୁ ଆରଡି ଓ ଫିକ୍ସଡ଼ ଡିପୋଜିଟ ନାମରେ ପ୍ରାୟ ୪ କୋଟି ୭୮ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା ।

ସେ ସୁକାନ୍ତିଙ୍କୁ ନକଲି ରସିଦ ମଧ୍ୟ ଦେଇଥିଲେ । ତେବେ ତାଙ୍କ ନାମରେ କୌଣସି ଅର୍ଥ ଜମା ହୋଇନଥିବାର ଜାଣିବା ପରେ ଏନେଇ ସୁକାନ୍ତି ଅଭିଯୋଗ କରିଥିଲେ । ଶେଷରେ ଆଜି ଇଡି ଚଢ଼ାଉ କରି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.