ସୁବର୍ଣ୍ଣପୁର ମହାବିଦ୍ୟାଳୟ ଜମା ଖାତାରୁ ୭୦ ଲକ୍ଷ ୪୨ ହଜାର ଗାଏବ, ଥାନାରେ ମାମଲା

ସୁବର୍ଣ୍ଣପୁର(କେନ୍ୟୁଜ): ସୁବର୍ଣ୍ଣପୁର ଜିଲ୍ଲା ସଦର ରାଜ ମହାବିଦ୍ୟାଳୟର ଜମା ଖାତାରୁ ୭୦ ଲକ୍ଷ ୪୨ ହଜାର ୯୦୦ ଟଙ୍କା ଗାଏବ । ମହାବିଦ୍ୟାଳୟର ବ୍ୟାଙ୍କ ଅଫ ବରୋଦା ଜମା ଖାତା ୩୪୨୮୦୧୦୦୦୦୯୯୨୧ ରୁ ଏହି ଟଙ୍କା ଗାଏବ ହୋଇଥିବା ଜଣାପଡିଛି । ଏକ ବ୍ୟକ୍ତିଗତ ଏନକାଉଣ୍ଟରକୁ ଜାଲି ଚେକ ମାଧ୍ୟମରେ ଏହି ଟଙ୍କା ଆରଟିଜିଏସ କରାଯାଇଥିବା ଜଣାପଡିଛି ।

ମହାବିଦ୍ୟାଳୟ ପକ୍ଷରୁ ଜମାଖାତାକୁ ଅପଡେଟ କଲାପରେ ଟଙ୍କା ଗାଏବ ହୋଇଥିବା ଜଣାପଡିଛି । ଏହି ଟଙ୍କା ବିଭିନ୍ନ ସମୟରେ ମହାବିଦ୍ୟାଳୟକୁ ଆସିଥିବା ସରକାରୀ ଅନୁଦାନ ଟଙ୍କା ହୋଇଥିବା ଜଣାପଡିଛି । ଏନେଇ ଜଣାପଡିବା ପରେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଦ୍ୱାରା ଏନେଇ ସୋନପୁର ଥାନାରେ ଏକ ମାମଲା ଦାୟର ହୋଇଛି ।

ଘଟଣାକୁ ପୋଲିସ ଗମ୍ଭିରତାର ସହ ନେଇ ତଦନ୍ତ ଆରମ୍ଭ କରିଥିବାବେଳେ ବ୍ୟାଙ୍କର କିଛି କର୍ମଚାରୀଙ୍କୁ ମଧ୍ୟ ଡାକି ପଚରାଉଚୁରା କରିଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.