ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ,ଟ୍ୟୁମରରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି ଯୋଗେନ୍ଦ୍ର

ନୂଆପଡ଼ା (କେନ୍ୟୁଜ୍) : ଖଡ଼ିଆଳ ବ୍ଲକ ବରଗାଁର ଯୋଗେନ୍ଦ୍ର ଶବର । ପରିବାର କହିଲେ ସେ ଓ ତାଙ୍କ ବୃଦ୍ଧାମାଆ । ଦୁର୍ଦ୍ଦଶା ଯେମିତି ଏମାନଙ୍କ ପିଛା ଛାଡୁନି । ଦୀର୍ଘବର୍ଷ ପୂର୍ବରୁ ବାପାଙ୍କ ମୃତ୍ୟୁ ପରେ ମାଆ ପକ୍ଷାଘାତ ରୋଗରେ ପୀଡ଼ିତ । ଅନ୍ୟପଟେ ଯୋଗେନ୍ଦ୍ର ମଧ୍ୟ ଟ୍ୟୁମର ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି । ଏହା ସହ ତାଙ୍କ ଡାହାଣ ଆଖିରେ ଅସ୍ୱାଭାବିକ ଭାବେ ମାଂସ ବଢିବାରେ ଲାଗିଛି । ଏବେ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ତେଣୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି । ଦିନକୁ ଦିନ ବିଗିଡିବାରେ ଲାଗିଛି ଯୋଗେନ୍ଦ୍ରଙ୍କ ସ୍ୱାସ୍ଥ୍ୟବସ୍ଥା । ସରକାରୀ ସହାୟତା କହିଲେ ବୃଦ୍ଧା ମାଆଙ୍କୁ ମିଳୁଛି ମାସିକ କେବଳ ୩ଶହ ଟଙ୍କା ଭତ୍ତା । ଏଥିରେ ପରିବାର ଚଳାଇବା ସେମାନଙ୍କ ପାଇଁ କଷ୍ଟକର ହୋଇ ପଡିଛି । ଏସମ୍ପର୍କରେ ଜିଲ୍ଲାପାଳଙ୍କୁ ଜଣାଇବା ପରେ ଯୋଗେନ୍ଦ୍ରଙ୍କୁ ସମସ୍ତ ପ୍ରକାରର ଚିକିତ୍ସା ସୁବିଧା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.