ଭୁବନେଶ୍ବର: ଚିକେନ ଦୋକାନରେ ବେଧଡ଼କ ଚାଲିଥିଲା ଗୋଧି ମାଂସ ବିକ୍ରି, ବନ ବିଭାଗ ଓ ପୋଲିସ ମିଳିତ ଭାବେ କଲା ଚଢାଉ

କେନ୍ୟୁଜ୍(ବ୍ୟୁରୋ):  ଚିକେନ ଦୋକାନରେ ଗୋଧି ମାଂସ ବିକ୍ରି ଅଭିଯୋଗ । ଲକ୍ଷ୍ମୀସାଗର ଥାନା ଜଗନ୍ନାଥ ଆଭେନ୍ୟୁ ନିକଟ ଏକ ଚିକେନ ଦୋକାନରୁ ୮ ଟି ଜୀବନ୍ତ ଗୋଧି ଉଦ୍ଧାର କରାଯାଇଛି । ଏହା ସହିତ ୨ଟି ମୃତ ଗୋଧୀ ଜବତ ମଧ୍ୟ ଜବତ କରାଯାଇଛି । ବନ ବିଭାଗ ଓ ପୋଲିସର ମିଳିତ ଚଢାଉ କରାଯାଇ ଏହି ଗୋଧିଗୁଡ଼ିକୁ ଜବତ କରାଯାଇଛି ।

ଦିନ ମଜୁରିଆ କାମ ଯାଇଥିବା ବେଳେ ଜଙ୍ଗଲରୁ ଗୋଧି ଦେଖି ନିଜେ ଖାଇବା ଉଦ୍ଦେଶ୍ୟରେ ଆଣିଥିଲେ ବୋଲି ବିକ୍ରି କରୁଥିବା ବ୍ୟକ୍ତି ଜଣକ କହିଛନ୍ତି । ଏହି ଘଟଣାରେ ୨ ଜଣ ଅଟକ, ୩ ଜଣ ଫେରାର ହୋଇଯାଇଛନ୍ତି । ଏତେ ଗୋଧି  କେଉଁଠୁ ଆଣିଲେ ଓ କେତେ ଦିନ ହେବ ଏହିଭଳି ବ୍ୟବସାୟ କରୁଥିଲେ ଏସବୁର ତଦନ୍ତ କରୁଛି ବନ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.