୮ରେ କେରଳ ଛୁଇଁବ ମୌସୁମୀ, ଘୂର୍ଣ୍ଣିବଳୟ ପ୍ରଭାବରେ ୭ ଓ ୮ ରାଜ୍ୟରେ କାଳବୈଶାଖୀ ବର୍ଷା

କେନ୍ୟୁଜ୍ : ୮ରେ କେରଳ ଛୁଇଁବ ମୌସୁମୀ। ୧୩ କିମ୍ବା ୧୪ ତାରିଖରେ ଓଡ଼ିଶା ଆସିବ ମୌସୁମୀ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ବାଂଲାଦେଶ ଉପରେ ସୃଷ୍ଟି ହୋଇଥିବା ଘୁର୍ଣିବଳୟ ପ୍ରଭାବରେ ଆହୁରି ୨ ଦିନ ଧରି ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗି ରହିବ। ଗତକାଲି ପୁରୀରେ ସର୍ବାଧିକ ୪୧.୨ ମିମି ବର୍ଷା ରେକର୍ଡ କରାଯାଇଛି। ଭୁବନେଶ୍ୱର-୮.୮ମିଲିମିଟର ଓ କଟକରେ ୨୯.୨ମିଲିମିଟରି ବର୍ଷା ହୋଇଛି। ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସାରା ରାଜ୍ୟରେ ୧୦ ତାରିଖ ପରେ ତାତି ପୁଣି ବଢିବ ।