କେରଳ ଛୁଇଁଲା ମୌସୁମୀ, ଚଳିତ ବର୍ଷ ସ୍ବାଭାବିକ ଠାରୁ ଅଧିକ ମୌସୁମୀ ବର୍ଷା ହେବ

ଭୁବନେଶ୍ୱର : କେରଳ ଛୁଇଁଲା ମୌସୁମୀ । ସ୍ବାଭାବିକ ତାରିଖ ଜୁନ ୧ର ଦୁଇ ଦିନ ପୂର୍ବରୁ କେରଳ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । କେରଳ ଛୁଇଁବା ପରେ ଉତ୍ତର ପୂର୍ବ ଭାରତ ଆଡ଼କୁ ଅଗ୍ରସର ହୋଇଛି ।  ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  ଚଳିତ ବର୍ଷ ସ୍ବାଭାବିକ ଠାରୁ ଅଧିକ ମୌସୁମୀ ବର୍ଷା ହେବ ।

ତେବେ ମୌସୁମୀ କେରଳ ଛୁଇଁବା ପରେ ଆଗକୁ ବଢ଼ିବାକୁ ପାଗ ଅନୁକୁଳ ରହିଛି । କିନ୍ତୁ ଓଡ଼ିଶା ଛୁଇଁବା ପାଇଁ ପାଗ ଅନୁକୁଳ ହୋଇନାହିଁ । ଏପଟେ ଜଳୁଛି ଓଡ଼ିଶା । ପ୍ରବଳ ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ  । ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ଲହରୀ ଆହୁରି ୫ ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

You might also like