ଆଜି ଓଡ଼ିଶା ଛୁଇଁପାରେ ମୌସୁମୀ! ପ୍ରବେଶ ପାଇଁ ରାଜ୍ୟରେ ପାଗ ଅନୁକୂଳ

ଭୁବନେଶ୍ୱର(କେନ୍ୟୁଜ): ଆଜି ଓଡ଼ିଶା ଛୁଇଁପାରେ ମୌସୁମୀ। ଓଡ଼ିଶା ମୁହାଁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ପ୍ରବେଶ ପାଇଁ ରାଜ୍ୟରେ ପାଗ ଅନୁକୂଳ ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ସକ୍ରିୟ ରହିଛି ପ୍ରାକ୍‌ ମୌସୁମୀ ବର୍ଷା । ଉତ୍ତର ଉପକୂଳ ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାରେ ବି ବର୍ଷା ହୋଇଛି ।

କୋରାପୁଟ, ମାଲକାନଗିରି, ରାୟଗଡ଼ା ସମେତ ଅନୁଗୋଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ରେକର୍ଡ ହୋଇଛି ପ୍ରାକ୍‌ ମୌସୁମୀ ବର୍ଷା । ଫଳରେ ଗରମ ଓ ଗୁଳୁଗୁଳିରୁ ମିଳିଛି ଆଶ୍ୱସ୍ତି । ଆଗାମୀ ୩ ଦିନ ପାଇଁ ବିଭିନ୍ନ ଜିଲ୍ଲାକୁ କାଳବୈଶାଖୀ ଜନିତ ବର୍ଷା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି । ଆଜି ୫ ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.