ଅଧା ଓଡିଶାରୁ ଲେଉଟିଲାଣି ମୌସୁମୀ ବାୟୁ ! ଆସନ୍ତା ୧୩ରେ ପୁଣି ଲଘୁଚାପ ସମ୍ଭାବନା

ଭୁବନେଶ୍ବର(କେନ୍ଯୁଜ୍): ଚଳିତବର୍ଷ ଲଘୁଚାପ ପଚରୁ ଲଘୁଚାପ ଆସିବାରେ ଲାଗିଛି । ଆରମ୍ଭରୁ ସେତେଟା ବର୍ଷା ହୋଇନଥିଲେ ପରବର୍ତ୍ତୀ ସମୟରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ତା ସାଙ୍ଗର ବଜ୍ରପାତ ମଧ୍ଯ ଅନେକଙ୍କ ଜୀବନ ନେଇଛି । ଏପରିପେକ୍ଷୀରେ ପୁଣି ଏକ ଲଘୁଚାପ ଆସୁଥିବା ଖବର ଏବେ ସାମ୍ନାକୁ ଆସିଛି । ସୂଚନା ମୁତାବକ,  ଆସନ୍ତା ୧୩ରେ ପୁଣି ଏକ ଲଘୁଚାପ ହେବାର ସମ୍ଭାବନା ଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ଆଣ୍ଡାମାନ ସାଗର ଉପରିଭାଗରେ ଘୂର୍ଣ୍ଣିବଳୟ ଏବେ ସ୍ଥିର ରହିଛି । ଯେଉଁଥି ପାଇଁ ଲଘୁଚାପ କ୍ଷେତ୍ର ସୃଷ୍ଟିରେ ବିଳମ୍ବ ହେଉଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ଯହାଫଳରେ ଆସନ୍ତା ୧୩ ତାରିଖ ବେଳକୁ ପୁଣି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ଏହା କ୍ରମଶଃ ପଶ୍ଚିମ ଉତ୍ତରପଶ୍ଚିମ ଦିଗରେ ଗତି କରିବ ଏବଂ  ଅଧିକ ଘନୀଭୂତ ହେବ।

ତେବେ ୧୫ ତାରିଖ ବେଳକୁ ଏହା ୱେଲ ମାର୍କଡ ଲୋ ପ୍ରେସର ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ପହଞ୍ଚିବାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ପୂର୍ବାନୁମାନ କରାଯାଇଛି । ଏହାରି ଭିତରେ ଆଉ ଏକ ଖବର ଆସି ପହଁଚିଛି । ଓଡ଼ିଶାରୁ ବାକି କଛି ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଲେଉଟାଣି ପାଇଁ ପାଗ ଅନୁକୂଳ ରହିଥିବା ସୂଚନା ମିଳିଛି।

ବାତ୍ୟା ଆଶଙ୍କା କମୁଛି। ଗ୍ଲୋବାଲ୍‌ ଫୋରକାଷ୍ଟିଂ ସିଷ୍ଟମ୍‌ ଓ ୟୁରୋପିଆନ୍‌ ସେଣ୍ଟର ଫର୍‌ ମିଡିୟମ ରେଞ୍ଜ ୱେଦର ଫୋରକାଷ୍ଟିଂ ମଡେଲରୁ ଜଣାପଡୁଛି ବାତ୍ୟା ଆଶଙ୍କା ନାହିଁ। ୨ଟି ଯାକ ମଡେଲ ଅବପାତ ଓ ଗଭୀର ଅବପାତର ସମ୍ଭାବନା ସୂଚାଉଛନ୍ତି। ଏହି ଅବପାତ ଓଡ଼ିଶା ଉପକୂଳ ବ୍ରହ୍ମପୁର ଓ ପୁରୀ ମଧ୍ୟ ଆଡକୁ ମୁହାଁଇବ। ଏହାର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.