ଆଜିଠୁ ମୌସୁମୀର ଲେଉଟାଣି, ୮ ଦିନ ବିଳମ୍ବରେ ଆରମ୍ଭ ହେଲା ପ୍ରକ୍ରିୟା
ମୌସୁମୀର ଲେଉଟାଣି । ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ଆରମ୍ଭ ହୋଇଛି। ଦକ୍ଷିଣ ପଶ୍ଚିମ ରାଜସ୍ଥାନର କିଛି ଅଞ୍ଚଳରୁ ପ୍ରତ୍ୟାବର୍ତ୍ତନ କରିଛି ମୌସୁମୀ ବାୟୁ । ସାଧାରଣତଃ ଭାରତରୁ ୧୭ ସେପ୍ଟ୍ବେମ୍ବର ହେଉଛି ମୌସୁମୀ ଫେରିବା ସମୟ ।
(କେନ୍ୟୁଜ): ମୌସୁମୀର ଲେଉଟାଣି । ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ଆରମ୍ଭ ହୋଇଛି। ଦକ୍ଷିଣ ପଶ୍ଚିମ ରାଜସ୍ଥାନର କିଛି ଅଞ୍ଚଳରୁ ପ୍ରତ୍ୟାବର୍ତ୍ତନ କରିଛି ମୌସୁମୀ ବାୟୁ । ସାଧାରଣତଃ ଭାରତରୁ ୧୭ ସେପ୍ଟ୍ବେମ୍ବର ହେଉଛି ମୌସୁମୀ ଫେରିବା ସମୟ । ଚଳିତ ବର୍ଷ ୮ ଦିନ ବିଳମ୍ବରେ ଭାରତରେ ପହଞ୍ଚିଥିଲା ।
୨ ଜୁଲାଇରେ ଦେଶର ସବୁ ଅଞ୍ଚଳକୁ ଛୁଇଁଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ୮୫ ଦିନ ପରେ ଲେଉଟିବା ଆରମ୍ଭ ହୋଇଛି । ଅର୍ଥାତ ଚଳିତବର୍ଷ ୮ ଦିନ ବିଳମ୍ବରେ ବି ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଗକୁ ଦେଶର ଅନ୍ୟ ଭାଗରୁ ବିଦାୟ ନେବ । ଏପଟେ ଓଡ଼ିଶାରୁ କେବେ ଫେରିବ ମୌସୁମୀ ବାୟୁ ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ । ସାଧାରଣତଃ ଅକ୍ଟୋବର ୧୫ ତାରିଖ ସୁଦ୍ଧା ମୌସୁମୀ ଓଡ଼ିଶାରୁ ଫେରିଥାଏ । ୨୯ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ପରବର୍ତ୍ତୀ ସମୟରେ ଏହା ଲଘୁଚାପ ଓ ଅବପାତର ରୂପ ନେଇପାରେ । ଏହାପରେ ଓଡ଼ିଶାରୁ ମୌସୁମୀର ଲେଉଟାଣି ଆରମ୍ଭ ହୋଇପାରେ । ଚଳିତ ମୌସୁମୀ ଋତୁରେ ରାଜ୍ୟରେ ଏଯାଏ ସ୍ବାଭାବିକ ବର୍ଷା ହୋଇଛି ।