ଲେଉଟାଣି ନେଉଛି ମୌସୁମୀ: ଜୁନ ପହିଲାରୁ ଅକ୍ଟୋବର ୨୭ ମଧ୍ୟରେ ୧୩୦୨.୯ ମିମି ବର୍ଷା ରେକର୍ଡ, ୧୮ ଜିଲ୍ଲାରେ ହୋଇଛି ଅତିପ୍ରବଳ ବର୍ଷା

ଭୁବନେଶ୍ବର: ରାଜ୍ୟରେ ପାଗ ଶୁଖିଲା ଓ ଅନୁକୂଳ ଥିବାରୁ ଲେଉଟାଣି ନେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରୁ ମୌସୁମୀ ବାୟୁ ଅପସରି ଯାଇଥିବା ବେଳେ ଆଜି ଅବଶିଷ୍ଟ ଓଡ଼ିଶା ଓ ଦେଶରୁ ମୌସୁମୀର ଲେଉଟାଣି ନେବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ରାଜ୍ୟରେ ପାଗ ଶୁଖିଲା ରହିଥିବା ବେଳେ କେବଳ ରାୟଗଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

ଜୁନ ପହିଲାରୁ ସେପ୍ଟେମ୍ବର ୩୦ ମଧ୍ୟରେ ଓଡ଼ିଶାରେ ୯୯ ପ୍ରତିଶତ ବର୍ଷା ହୋଇଥିବା ବେଳେ ଜୁନ ପହିଲାରୁ ଅକ୍ଟୋବର ୨୭ ମଧ୍ୟରେ ଓଡ଼ିଶାରେ ୧୩୦୨.୯ ମିଲିମିଟର ବର୍ଷା ହୋଇଛି । ୧୮ ଜିଲ୍ଲାରେ ଅତିପ୍ରବଳ ବର୍ଷା ହୋଇଥିବା ବେଳେ ୫ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି । ୭ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ମୌସୁମି ବିଦାୟ ନେବା ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାପମାତ୍ର ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି । ଆଗକୁ ଧୀରେ ଧୀରେ ଶୀତ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.