୩ ଦିନରେ ସାରା ଓଡ଼ିଶାକୁ ଛୁଇଁବ ମୌସୁମୀ: ୧୯ରୁ ବଢିବ ବର୍ଷା ପରିମାଣ, ୨୦ ବେଳକୁ ଲଘୁଚାପ ସମ୍ଭାବନା

ଭୁବନେଶ୍ବର(କେନ୍ୟୁଜ): ଦେଓମାଳିରୁ ପହିଲି ପରଶ। ୩ ଦିନରେ ସାରା ଓଡ଼ିଶାକୁ ଛୁଇଁବ ମୌସୁମୀ। ଗୁରୁବାର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାକୁ ସଂପୂର୍ଣ୍ଣ ଅଗ୍ରସର ହୋଇଥିବାବେଳେ ନୂଆପଡ଼ା , କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାକୁ ଆଂଶିକ ପ୍ରବେଶ କରିଛି। ପାଗ ଅନୁକୂଳ ଥିବାରୁ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ଗୁଡ଼ିକୁ ମୌସୁମୀ ସଂପୂର୍ଣ୍ଣ ଛୁଇଁବା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

୬ ଜିଲ୍ଲାରେ ଅଗ୍ରସର ହେଉଛି ମୌସୁମୀ। ୧୯ରୁ ବଢିବ ବର୍ଷା ପରିମାଣ। ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, କେନ୍ଦୁଝର ଓ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷିବ। ଆସନ୍ତା ୨୦ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ସାରା ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ସମ୍ଭାବନା ରହିଛି ।

Leave A Reply

Your email address will not be published.