ରାଜ୍ୟରେ କଲବଲ କରୁଛି ତାତି, ଆଗାମୀ ୪ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର (କେନ୍ୟୁଜ): ୪ ଦିନରେ ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଦକ୍ଷିଣ ଓଡିଶାରେ ପ୍ରବେଶ କରିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ରାଜ୍ୟକୁ ମୌସୁମୀ ପ୍ରବେଶ ନେଇ ପାଗ ଅନୁକୂଳ ରହିଛି । କର୍ଣ୍ଣାଟକ ଓ ଉପକୂଳ ଆନ୍ଧ୍ର ପ୍ରଦେଶର ଅବଶିଷ୍ଟ ଭାଗ, ମହାରାଷ୍ଟ୍ର ଓ ତେଲେଙ୍ଗାନାର କିଛି ଅଞ୍ଚଳ ଏବଂ ଦକ୍ଷିଣ ଛତିଶଗଡ଼ ଓ ଦକ୍ଷିଣ ଓଡ଼ିଶାକୁ ମୌସୁମୀ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି। ଆଗାମୀ ୨ ଦିନ ଭିତରେ ଦକ୍ଷିଣ ଓଡ଼ିଶା ମୌସୁମୀ ବାୟୁ ଛୁଇଁବାର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ ।

ତେବେ ଓଡିଶା ଛୁଇଁବା ପରେ ଦକ୍ଷିଣ ଓଡ଼ିଶାରେ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବିଜୁଳି ଘଡଘଡି ସହ ଘଣ୍ଟା ପ୍ରତି ପବନର ବେଗ ୩୦ରୁ ୪୦ କିଲୋମିଟର ରହିବ। ଏପଟେ ରାଜ୍ୟରେ କଲବଲ କରୁଛି ତାତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଉପକୂଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତହେଉଛି। ଆଗକୁ ଆହୁର ବଢିବ ତାତି। ଆଗାମୀ ୫ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବଢିବାର ସମ୍ଭାବନା ରହିଛି। କାଲି ଗରମ ଓ ଗୁଳୁଗୁଳି ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

You might also like