୬ରୁ ଫେରିଯିବ ମୌସୁମୀ, ଓଡ଼ିଶାରୁ ହୋଇପାରେ ସାମାନ୍ୟ ବିଳମ୍ବ

ଭୁବନେଶ୍ବର(କେନ୍ଯୁଜ୍): ୬ ତାରିଖରୁ ଫେରିଯିବ ମୌସୁମୀ । ଉତ୍ତର ପଶ୍ଚିମ ଭାରତରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପ୍ରକ୍ରିୟା ଆରମ୍ଭ ହେବ । ଏଥିପାଇଁ ପାଗ ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳ କରିଛି । ବିଳମ୍ବରେ ଉତ୍ତର ପଶ୍ଚିମ ଭାରତରୁ ମୌସୁମୀ ଫେରୁଥିବାରୁ ଓଡ଼ିଶାରୁ ମୌସୁୁମୀ ଅପସାରଣ ସାମାନ୍ୟ ବିଳମ୍ବ ହୋଇପାରେ ।

ସେପ୍ଟେମ୍ବର ପହିଲାରୁ ଉତ୍ତର ପଶ୍ଚିମ ଭାରତର ପଞ୍ଜାବ ଓ ରାଜସ୍ଥାନ ଅଞ୍ଚଳରୁ ମୌସୁମୀ ଫେରିବା ପ୍ରକ୍ରିୟା ଆରମ୍ଭ ହୁଏ । ଓଡ଼ିଶାରୁ ମୌସୁମୀ ଫେରିବାକୁ ୪୫ ଦିନ ସମୟ ଲାଗିଥାଏ । ଚଳିତବର୍ଷ ୯ଟି ଲଘୁଚାପ ଓ ଗୋଟିଏ ବାତ୍ୟା ଆସିଛି । କିନ୍ତୁ ୯ ପ୍ରତିଶତ ନିଅଣ୍ଟିଆ ବର୍ଷର୍ା ହୋଇଛି । ଜୁନ, ଜୁଲାଇ ଓ ଅଗଷ୍ଟରେ ସ୍ୱାଭାବିକରୁ କମ ବର୍ଷା ହୋଇଥିଲା । ସେପ୍ଟେମ୍ବରରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି । ଅଗଷ୍ଟରେ ୨୯ ପ୍ରତିଶତ ନିଅଣ୍ଟିଆ ଥିବା ବେଳେ ସେପ୍ଟେମ୍ବରରେ ଭଲ ବର୍ଷା ହୋଇଥିବାରୁ ୨୦ ପ୍ରତିଶତ ଭରଣା ହୋଇପାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.