ସୁନ୍ଦରଗଡ଼ ADM ବିଶ୍ୱଜିତ ମହାପାତ୍ରଙ୍କ ସମ୍ପତ୍ତି ଦେଖି ଭିଜିଲାନ୍‌ସ ଆଖି ଟେରା: କୋଟି ଟଙ୍କାରୁ ଅଧିକ ରହିଛି ଫିକ୍ସଡ୍‌ ଡିପୋଜିଟ

ଭୁବନେଶ୍ବର(କେନ୍ୟୁଜ୍):ଅତିରିକ୍ତ ଜିଲ୍ଲାପାଳଙ୍କ ଅଚଳାଚଳ ସଂପତ୍ତି । ସୁନ୍ଦରଗଡ଼ ADM ବିଶ୍ୱଜିତ ମହାପାତ୍ରଙ୍କ ଘରେ ହୋଇଛି ଭିଜିଲାନ୍‌ସ ଚଢଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ରେଡ୍‌ ଚାଲିଛି । ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଫ୍ଲାଟ, ବାଲିଅନ୍ତା, ଜଗତସିଂହପୁର ପୈତୃକ ଘର, ସୁନ୍ଦରଗଡ଼ ଅଫିସ, ସରକାରୀ ବାସଭବନ ଓ ସମ୍ପର୍କୀୟଙ୍କ ଘରେ ଚଢଉ କରାଯାଉଛି । ବିଶ୍ୱଜିତଙ୍କ ସଂପତ୍ତି ଦେଖି ଭିଜିଲାନ୍‌ସ ଆଖି ଟେରା। ଭୁବନେଶ୍ୱରର ନହରକଣ୍ଟାରେ ରହିଛି ୮୯ଲକ୍ଷ ଟଙ୍କାର ୨ ମହଲା କୋଠା। ଏଥିସହ ମା’ ଏଣ୍ଟର ପ୍ରାଇଜେସ୍‌ ନାମରେ ଚାଲିଥିବା ସିମେଣ୍ଟ ଗୋଡ୍‌ଡାଉନ୍‌ ଠାବ ହୋଇଛି । ତେବେ କାହା ନାଁରେ ଗୋଡ୍‌ଡାଉନ୍‌ ଅଛି ତଦନ୍ତ କରୁଛି ଭିଜିଲାନ୍ସ ।

ରସୁଲଗଡ଼ରେ ଗୋଟିଏ ଫ୍ଲାଟ ରହିଥିବା ବେଳେ ଭୁବନେଶ୍ୱର ଓ ଜଗତସିଂହପୁରରେ ୧୦ଟି ପ୍ଲଟ ରହିଛି। ବିଶ୍ୱଜିତଙ୍କର ରହିଛି ଏକ କୋଟି ଟଙ୍କାରୁ ଅଧିକ ଫିକ୍ସଡ୍‌ ଡିପୋଜିଟ। ଘରୁ ନଗଦ ୩ ଲକ୍ଷ ଟଙ୍କା ଜବତ ହୋଇଛି। ଏକାଧିକ ଜମାଖାତା ବର୍ତ୍ତମାନ ସୁଦ୍ଧା ଯାଞ୍ଚ ହୋଇନାହିଁ। ଚଳିତ ମାସ ୨୮ ତାରିଖରେ ଚାକିରିରୁ ଅବସର ନେଇଥାନ୍ତେ ଏଡିଏମ ବିଶ୍ୱଜିତ ମହାପାତ୍ର । ଏହା ପୂର୍ବରୁ ସେ ଭିଜିଲାନ୍‌ସ ଜାଲରେ ପଡ଼ିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.