ଅଗ୍ନିକାଣ୍ଡରେ ଛାରଖାର, ଜଳିଗଲା ୧୦ବଖରାରୁ ଅଧିକ ଘର

କାମାକ୍ଷାନଗର: ଅଗ୍ନିକାଣ୍ଡରେ ସବୁ କିଛି ହୋଇଗଲା ଛାରଖାର ।  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ସାରୁଆଳି ପଞ୍ଚାୟତ କୃଷ୍ଣପୁର ସାହିରେ ଘଟିଛି ଏଭଳି ଭୟାଭୟ ଅଗ୍ନିକାଣ୍ଡ । ଜଳିଗଲା ୧୦ବଖରାରୁ ଅଧିକ ଘର ସମେତ ଲକ୍ଷାଧିକ ଟଙ୍କା ।

ଗତକାଲି ବିଳମ୍ବିତ ରାତିରେ ଦୂଲ୍ଲବ ବିଶ୍ବାଳଙ୍କ ପରିବାର ସମସ୍ତେ ଖାଇସାରି ଶୋଇବା ପରେ ତାଙ୍କରି ଘରୁ ପ୍ରଥମେ ନିଆଁ ଲାଗିଥିଲା ।  ଗାଁରେ ଦଣ୍ଡ କରୁଥିବା ଯୁବକ ମାନେ ପ୍ରଥମେ ନିଆଁକୁ ଦେଖି ସମସ୍ତଙ୍କୁ ଉଠାଇଥିଲେ ।  ଦେଖୁଦେଖୁ ପ୍ରମୋଦ ବିଶ୍ବାଳ,ସଞ୍ଚୟ ବିଶ୍ବାଳ ଓ ବିଜୟ ବିଶ୍ବାଳଙ୍କ ଘର ପୋଡିଯାଇଥିଲା ।  ନିଆଁର ପ୍ରକୋପରୁ ନିଜ ଜୀବନ ବଞ୍ଚାଇବାକୁ ଯାଇ ସମସ୍ତ ଘରୁ ବାହରକୁ ପଳାଇ ଆସିଥିଲେ  । ତେବେ ଧାନ,ଚାଉଳ,ଘରର ବିଭିନ୍ନ ସାମଗ୍ରି,ଘର ତିଆରି କରିବା ପାଇଁ ଥିବା ପଟା, ରୋଷେଇ ସାମଗ୍ରି ସବୁ ପୋଡି ପାଉଁଶ ହୋଇଯାଇଛି ।  ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ୨ଘଣ୍ଟାପରେ ନିଆଁକୁ ଆୟତ କରିଥିଲେ ।

 

ଆହୁରି ପଢ଼ନ୍ତୁ : ସମ୍ବଲପୁରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା କପଡ଼ା ଗୋଦାମ