ଭଦ୍ରକ ଘଣ୍ଟେଶ୍ୱର ଅଞ୍ଚଳରେ ମହୁମାଛି ଆତଙ୍କ, ୧୫ରୁ ଉର୍ଦ୍ଧ୍ବ ଆହତ
ଭଦ୍ରକ(କେନ୍ୟୁଜ୍) : ଗଛ ସାରା ମହୁମାଛି ବସା । ୭ଦିନରେ ମହୁମାଛି ଆକ୍ରମଣରେ ଆହତ ହେଲେଣି ୧୫ରୁ ଉର୍ଦ୍ଧ୍ୱ ଲୋକ । ଭଦ୍ରକ ଘଣ୍ଟେଶ୍ୱର-ବାଲିଆପାଳ ମୁଖ୍ୟ ରାସ୍ତାର ଅପର୍ତ୍ତିଚରଣ ହାଇସ୍କୁଲ ନିକଟ ଗଛରେ ଭରି ରହିଛି ମହୁମାଛି ବସା । ଗଛରେ ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ମହୁମାଛି ବସା କରିଛନ୍ତି । ଗଛ ପାଖାପାଖି ଥିବା ଘରର ଲୋକମାନେ ମହୁମାଛି ଆକ୍ରମଣକୁ ନେଇ ଭୟଭିତ ଅବସ୍ଥାରେ ରହୁଛନ୍ତି। ସେହିପରି ଘଣ୍ଟେଶ୍ୱର ମେଡିକାଲ ନିକଟରେ ଥିବା ଏକ ଗଛର ମଧ୍ୟ ସମାନ ଅବସ୍ଥା । ଏହି ଗଛରେ ପ୍ରାୟ ୨୦ ରୁ ଅଧିକ ମହୁମାଛି ବସା ହୋଇଛି । ମେଡିକାଲକୁ ଆସୁଥିବା ଲୋକମାନେ ମହୁମାଛି ଆକ୍ରମଣକୁ ନେଇ ଭୟଭିତ ରହୁଛନ୍ତି । ଖରାଦିନେ ଏହି ମହୁମାଛି ସବୁ ବସାରୁ ବାହାରି ବାହାରେ ଉଡୁଛନ୍ତି । ଯାହାକୁ ନେଇ ଲୋକେ ଆତଙ୍କିତ ।
ନିଶ୍ଚିତ ପଢନ୍ତୁ ଏହି ସବୁ ଷ୍ଟୋରୀ