ଗାଡ଼ିରୁ ଜବତ ହେଲା ୧୫ କେଜିରୁ ଅଧିକ ସୁନା, ଗାଡ଼ିକୁ ଅଟକ ରଖି ତଦନ୍ତ ଜାରି
ଗାଡ଼ିରୁ ଜବତ ହେଲା ୧୫ କେଜିରୁ ଅଧିକ ସୁନା । ଫ୍ଳାଇଙ୍ଗ ସ୍କ୍ୱାର୍ଡ ହାତରେ ଲାଗିଛି ଓଡିଶାକୁ ସୁନା ଆଣୁଥିବା ଗାଡି । ଏହି ଘଟଣାରେ CT AND GST ଟିମ୍ ର ତଦନ୍ତ ଜାରି ରହିଛି । ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସୁଥିଲା ଗାଡ଼ି ।

ଜଳେଶ୍ବର : ଗାଡ଼ିରୁ ଜବତ ହେଲା ୧୫ କେଜିରୁ ଅଧିକ ସୁନା । ଫ୍ଳାଇଙ୍ଗ ସ୍କ୍ୱାର୍ଡ ହାତରେ ଲାଗିଛି ଓଡିଶାକୁ ସୁନା ଆଣୁଥିବା ଗାଡି । ଏହି ଘଟଣାରେ CT AND GST ଟିମ୍ ର ତଦନ୍ତ ଜାରି ରହିଛି । ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସୁଥିଲା ଗାଡ଼ି ।
ସୁଚନା ଅନୁଯାୟୀ , ନିର୍ବାଚନକୁ ଦୃଷ୍ଟିରେ ରଖି ଓଡିଶା -ପଶ୍ଚିମବଙ୍ଗ ସୀମାନ୍ତରେ ଯାଞ୍ଚ ଚାଲିଥିବା ବେଳେ ପଶ୍ଚିମବଙ୍ଗରୁ ଓଡିଶା ଆସୁଥିବା ସିକ୍ୟୁଏଲ୍ ଲଜିଷ୍ଟିକ ଟ୍ରାନ୍ସପୋର୍ଟ ନାମକ କମ୍ପାନୀର ଏକ ଗାଡ଼ିକୁ ଅଟକ ରଖି ତଦନ୍ତ କରିଥିଲେ ଫ୍ଲାଇଙ୍ଗ ସ୍କ୍ବାର୍ଡ ଟିମ । ତଦନ୍ତ ବେଳେ ଗାଡିରେ ସୁନା ଥିବା ଜାଣିବାକୁ ପାଇଥିଲେ ।
ଗାଡିକୁ ଜଳେଶ୍ଵର ପୋଲିସକୁ ହସ୍ତାନ୍ତର ପରେ ଥାନାରେ ପ୍ରାୟ ୬ ଘଣ୍ଟା ଧରି ଅଟକ ରଖି ତଦନ୍ତ କରୁଛି ପୋଲିସ । GST ଆସିଷ୍ଟେଣ୍ଟ କମିଶନର ରାକେଶ ମୁଦୁଲି ଘଟଣା ସ୍ଥଳରେ ପହଞ୍ଚି ସୁନାର GST କାଗଜ ପତ୍ର ଯାଞ୍ଚ କରି ଅଧିକ ତଦନ୍ତ କରୁଛନ୍ତି । ଗାଡ଼ିରେ ଆନୁମାନିକ ୧୫ କେଜିରୁ ଉର୍ଦ୍ଧ୍ବ ସୁନା ଥିବା ସଂଦେହ କରାଯାଉଛି । ଅଧିକ ତଦନ୍ତ ଜାରି ରହିଛି ।