ମନମୁଣ୍ଡା ପୋଲିସର ଚଢଉ: ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ବୌଦ୍ଧ(କେନ୍ଯୁଜ୍): ଗଞ୍ଜେଇ ନଷ୍ଟ ଅଭିଯାନ । ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ପୋଲିସ । ଜିଲ୍ଲାର ଶଗଡା ଫାଣ୍ଡି ଆଙ୍କୁନ ଓ ଗନ୍ସନଗୁଡି ଜଙ୍ଗଲ, ପତିତ ଜଙ୍ଗଲରେ ପ୍ରାୟ ୧୬୬ ପରିମିତି ଏକରରେ ଗଞ୍ଜେଇ ଚାଷ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବ ।

ମନମୁଣ୍ଡା ପୋଲିସ ଚଢଉ କରି ଗଞ୍ଜେଇ ଗଛଗୁଡିକୁ କାଟି ନିଆଁରେ ପୋଡି ନଷ୍ଟ କରିଛି । ଏହି ଅଭିଯାନରେ ଆଇ ଆଇ ସି ଗୋପୀନାଥ ପ୍ରଧାନ ପ୍ରମୁଖ ସାମିଲ ଥିଲେ । ଏନେଇ ଥାନାରେ ମାମଲା ରୁଜୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.