ଆସନ୍ତାକାଲି ୨୦ ଲକ୍ଷରୁ ଅଧିକ ମହିଳା ପାଇବେ ସୁଭଦ୍ରା ଟଙ୍କା : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼

ଆସନ୍ତାକାଲି ୨୦ ଲକ୍ଷରୁ ଅଧିକ ମହିଳା ପାଇବେ ସୁଭଦ୍ରା ଟଙ୍କା । ବାଦ ପଡ଼ିଥିବା ୨ଲକ୍ଷ ୬୭ ହଜାର ହିତାଧିକାରୀଙ୍କ ମଧ୍ୟରୁ ୨୨ ପ୍ରତିଶତ ଯୋଗ୍ୟ ତାଲିକାରେ ସାମିଲ ହୋଇଛନ୍ତି । ସେମାନଙ୍କୁ କାଲି ସୁଭଦ୍ରା ଟଙ୍କା ମିଳିବ । ଅନ୍ୟମାନଙ୍କ ଯୋଗ୍ୟତାର ଯାଞ୍ଚ ଚାଲିଛି । ଫିଜିକାଲ ଭେରିଫିକେସନ୍ ହେବ । ସେମାନେ ଡିସେମ୍ବରରେ ପାଇବେ ।

ଏ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ । ସେହିପରି ୫ ଲକ୍ଷ ଆବେଦନକାରୀଙ୍କ ଆକାଉଣ୍ଟ ଆଧାର ଲିଙ୍କରେ ସମସ୍ୟା ଅଛି । ଆଧାର, ଆକାଉଣ୍ଟ, ମୋବାଇଲ ନମ୍ବର ସଂଯୋଗ କରାଇବା ପରେ ସେମାନେ ସାମିଲ ହେବେ। ଏହାର ସମାଧାନ ହେବା ପରେ ଡିସେମ୍ବରରେ ସେମାନେ ପାଇପାରିବେ । ସଚେତନତା ଲାଗି ସରକାରୀ ଅଧିକାରୀ ଘରକୁ ଯିବେ। ବାଦ ପଡିଥିବା ହିତାଧିକାରୀଙ୍କୁ ସାମିଲ କରିବା ଯାଏ ପ୍ରକ୍ରିୟା ଜାରି ରହିବ। ଶେଷ ହିତାଧିକାରୀଙ୍କୁ ଯୋଡିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି। ଅଙ୍ଗନବାଡ଼ି, ମିଶନ ଶକ୍ତି ମା’, ପିଓ ମାନେ ଗାଁକୁ ଯିବେ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା।

You might also like