କୋଭିଡ୍‌ ନିୟମ ଉଲ୍ଲଂଘନ ପଡିଲା ମହଙ୍ଗା: ରାଜଧାନୀରେ ସିଲ୍‌ ହେଲା ୨୦ରୁ ଅଧିକ ଦୋକାନ

ଅଶୋକ ନଗର ସ୍ଥିତ ଏକ ମଦ ଦୋକାନ ସିଲ୍‌

ଭୁବନେଶ୍ବର(କେନ୍ଯୁଜ୍): କୋଭିଡ୍‌ କଟକଣା ଉଲ୍ଲଂଘନ ଅଭିଯୋଗରେ ଦୋକାନ ସିଲ୍‌। ରାଜଧାନୀରେ ୨୦ରୁ ଅଧିକ ଦୋକାନ ସିଲ୍‌ କରାଯିବା ସହ ଦୋକାନୀ ମାନଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ବିଏମ୍‌ସି ଓ କମିଶନରେଟ୍‌ ପୋଲିସ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି।

ଅଶୋକ ନଗର ସ୍ଥିତ ଏକ ମଦ ଦୋକାନରେ ଅସମ୍ଭାଳ ଭିଡ ଦେଖି ବନ୍ଦ କରିଛି ପୋଲିସ। ୬ଟି ଜୋନ୍‌ରେ ୪୨ଟି ଦୋକାନ ସିଲ୍‌ କରିଛି BMC। ଉଭୟ କଟକ ଓ ଭୁବନେଶ୍ୱରରେ ସଂକ୍ରମଣ ହ୍ରାସ ପାଉନଥିବାରୁ କମିଶନରେଟ୍‌ ପୋଲିସ ପକ୍ଷରୁ ଚେକିଂକୁ ଜୋରଦାର କରାଯାଇଛି। ପୂର୍ବରୁ ୟୁନିଟ୍‌ ୧ ହାଟ, ୟୁନିଟ୍‌ ୪ ମାର୍କେଟ ଓ ବାପୁଜୀନଗର ମାର୍କେଟକୁ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.