ମଧ୍ୟାହ୍ନ ଭୋଜନ ଖାଇ ୨୦ରୁ ଅଧିକ ଛାତ୍ରୀ ଝାଡ଼ବାନ୍ତିରେ ଆକ୍ରାନ୍ତ, ହସ୍ପିଟାଲରେ ଭର୍ତ୍ତି

ଟିଟିଲାଗଡ : ମଧ୍ୟାହ୍ନ ଭୋଜନ ଖାଇ ୨୦ରୁ ଅଧିକ ଛାତ୍ରୀ ଝାଡ଼ବାନ୍ତିରେ ଆକ୍ରାନ୍ତ ଅଭିଯୋଗ । ଟିଟିଲାଗଡ ବ୍ଲକ ଖୋଲାନ ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ଛାତ୍ରାବାସର ୨୦ରୁ ଉର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ । ମଧ୍ୟାହ୍ନ ଭୋଜନ ଖାଇସାରିବା ପରେ ଅସୁସ୍ଥ ଅନୁଭବ କରିଥିଲେ । ପରେ ସେମାନଙ୍କ ମୁଣ୍ଡ ବିନ୍ଧିବା ସହ ଝାଡ଼ା ବାନ୍ତି ଓ ଜ୍ବର ହୋଇଥିଲା । ସ୍କୁଲ କର୍ତ୍ତୃପକ୍ଷ  ଓ ସରପଞ୍ଚ ଛାତ୍ରୀମାନଙ୍କୁ ଖୋଲନା ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି ।