କୂଅରେ ପଡିଛନ୍ତି ୨୦ ବାରହା, ଘଟଣାସ୍ଥଳରେ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ଉଦ୍ଧାର କାର୍ଯ୍ୟ ଜାରି

କେନ୍ଦୁଝର : କୂଅରେ ପଡିଛନ୍ତି ବାରହା । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜୁଙ୍ଗା ପଞ୍ଚାୟତ ଭଗାମୁଣ୍ଡା ଗାଁର କିଷାନ ସାହିର ଏକ ପରିତ୍ୟକ୍ତ କୂଅରେ ପଡ଼ିଛନ୍ତି ୨୦ରୁ ଉର୍ଦ୍ଧ ଜଙ୍ଗଲୀ ବାରାହା । ଘଟଣାସ୍ଥଳରେ ଜଙ୍ଗଲ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଛି । ଧାନ ଖାଇ ଫେରୁଥିବା ବେଳେ କୂଅରେ ଖସିପଡ଼ିଛନ୍ତି ।
ଏକ ଜେସିବି ସହାୟତାରେ କୂଅ ନିକଟରୁ ରାସ୍ତା ତିଆରି ହେଉଛି । ଉକ୍ତ ରାସ୍ତା ଦେଇ ବାରହାମାନେ ଜଙ୍ଗଲକୁ ଚାଲିଯିବେ ବୋଲି ବନ ଅଧିକାରୀ କହିଛନ୍ତି । ଦୀର୍ଘ ସମୟ ହେଲା ପଡ଼ି ଯାଇଥିବା ବାରହାମାନେ ହିଂସ୍ର ହୋଇଯିବାରୁ ଲୋକଙ୍କୁ ଆକ୍ରମଣ କରିବାର ଆଶଙ୍କା ସୃଷ୍ଟି ହେଉଛି ।