କାମାକ୍ଷାନଗର : କାମାକ୍ଷାନଗର ବ୍ଲକ କାଦୁଆ ପଞ୍ଚାୟତ ସମାଟାଙ୍ଗି ଗାଁରେ ଡେଙ୍ଗୁ ଆତଙ୍କ । ଭୟଭୀତ ଗ୍ରାମବାସୀ । ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବଢି ଚାଲିଛି । ବର୍ତ୍ତମାନ ସୁଦ୍ଧା ୨୫ରୁ ୩୦ ଜଣ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଗ୍ରାମରେ ମେଡିକାଲ ଟିମ କିମ୍ବା ପ୍ରଶାସନ ପହଂଚି ନଥିବାରୁ ଗାଁ ଲୋକେ ଏବେ ପ୍ରମାଦ ଗଣିବାରେ ଲାଗିଛନ୍ତି । ଗାଁ ପରିବେଶ ଅସ୍ୱାସ୍ଥ୍ୟକର ଥିବାବେଳେ ପ୍ରଶାସନ ତରଫରୁ ଗାଁ ଲୋକଙ୍କୁ ସଚେତନ କରାଯାଉନି ।
ପ୍ରଶାସନ ଶୀଘ୍ର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି ହେଉଛି । ସେପଟେ କାମାକ୍ଷାନଗର ମେଡିକାଲ ଅଫିସର କହିଛନ୍ତି ଯେ, ଡେଙ୍ଗୁକୁ ନେଇ ଡରିବାର କିଛି ନାହିଁ । ଯାହାକୁ ଜ୍ୱରର ଲକ୍ଷଣ ଦେଖାଯାଉଛି ତୁରନ୍ତ ମେଡିକାଲ ଆସି ଚିକିତ୍ସିତ ହୁଅନ୍ତୁ । ପରିବେଶକୁ ସଫାରଖିବା ସହ ମଶାରି ବ୍ୟବହାର କରନ୍ତୁ।