ଯେତେ ଖୋଳିଲେ ସେତେ ବାହାରୁଛି ନୋଟ, ITDA ଆସିଷ୍ଟାଣ୍ଡ ଇଞ୍ଜିନିୟରଙ୍କ ଠାରୁ ମିଳିଲା ୨୮ଲକ୍ଷ ୧୭ହଜାର ୮୦୦ ଟଙ୍କା

ମୟୂରଭଞ୍ଜ(କେ ନ୍ୟୁଜ):  ସରୁନି ମୟୂରଭଞ୍ଜ ITDAର ଆସିଷ୍ଟାଣ୍ଡ ଇଞ୍ଜିନିୟର ସନ୍ତୋଷ କୁମାର ଦାସଙ୍କ ସମ୍ପତି ହିସାବ। ତାଙ୍କ ନିକଟରୁ ଏଯାଏଁ ୪୧ ଲକ୍ଷ ୭୭ ହଜାର କ୍ୟାସ୍‌ ମିଳିଛି। ଆଜି ପୁଣି ସହକାରୀ ଯନ୍ତ୍ରୀଙ୍କ ଠାରୁ ମିଳିଲା ୨୮ଲକ୍ଷ ୧୭ହଜାର ୮୦୦ ଟଙ୍କା । ଘରୁ ଜବତ ହୋଇଛି ୬୫୯ଗ୍ରାମ ସୁନା । ତାଙ୍କ ଘରୁ ଏତେ ଟଙ୍କା ମିଳୁଛି ଯେ ହିସାବ ସରୁନି। ଗତକାଲି ସନ୍ତୋଷ ଦାସଙ୍କ ଘରୁ ଜବତ ହୋଇଥିଲା ନଗଦ ୧୩ଲକ୍ଷ ୬୦ହଜାର ଟଙ୍କା । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଏବେବି ଚାଲିଛି ରେଡ। ଏତେ ଟଙ୍କା କେଉଁଠୁ ଓ କେମିତି ଆଣିଲେ ତାର ଖୋଳତାଡ କରୁଛି ଭିଜିଲାନ୍‌ସ।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ସନ୍ତୋଷ କୁମାର ଦାସଙ୍କ ଘର ସମେତ ୧୧ଟି ସ୍ଥାନରେ ପଞ୍ଝା ମାରିଥିଲା ଭିଜିଲାନ୍ସ ଟିମ୍‌ ।ଭୁବନେଶ୍ୱର ବଡଗଡ଼ରେ ଗୋଟିଏ ୪ ମହଲା କୋଠା ଅଛି । ଯାହାର ଦାମ୍‌ ୫୬ଲକ୍ଷ ୬୨ ହଜାର ଟଙ୍କା ହେବ । ସେହିପରି କଳିଙ୍ଗ ବିହାରରେ ଏକ ନିର୍ମାଣାଧୀନ କୋଠା ଓ ଶୈଳଶ୍ରୀ ବିହାରରେ ଗୋଟିଏ ପ୍ଲାଟ୍‌ ଅଛି । ବାଲେଶ୍ୱର ବାଗ ବୃନ୍ଦାବନରେ ୪ ମହଲା କୋଠା ଓ ୩ଟି ପ୍ଲଟ ରହିଛି । ସନ୍ତୋଷଙ୍କ ନିକଟରେ ରହିଛି ଗୋଟିଏ ଚାରିଚକିଆ ଗାଡ଼ି ଓ ୩ଟି ଦୁଇ ଚକିଆ ଯାନ ।

Leave A Reply

Your email address will not be published.