୩ ଲକ୍ଷରୁ ଅଧିକ ଟଙ୍କା, ସୁନା ଓ ରୁପା ଜବତ, ମହାରାଷ୍ଟ୍ର ଓ ମଧ୍ୟ ପ୍ରଦେଶର ୯ ଅଭିଯୁକ୍ତ ଗିରଫ

ବଲାଙ୍ଗିର : ବଲାଙ୍ଗିର ପୋଲିସକୁ ବଡ଼ ସଫଳତା । ଜିଲ୍ଲାରେ ଚୋରି ଆଉ ଡକାୟତି ମାମଲାରେ ସମ୍ପୃକ୍ତ ଥିବା ୯ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ୧୭ଟି ମାମଲା ରହିଛି । ଗିରଫ ସମସ୍ତ ଅଭିଯୁକ୍ତ ମହାରାଷ୍ଟ୍ର ଓ ମଧ୍ୟ ପ୍ରଦେଶ ଅଞ୍ଚଳ ଥିବା ସୂଚନା । ସେମାନଙ୍କ ଠାରୁ ୩ ଲକ୍ଷରୁ ଅଧିକ ଟଙ୍କା, ସୁନା ଓ ରୁପା ଜବତ କରିଛି ପୋଲିସ । ଏମାନେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ମେଳାରେ ଖେଳଣା ସାମଗ୍ରୀ ବିକ୍ରି କରୁଥିଲେ । ମହିଳାଙ୍କୁ ପିଛାକରି ଲୁଟ୍ କରିବାକୁ ଟାର୍ଗେଟ୍ କରୁଥିଲେ । ଏହି ଘଟଣାରେ ଆଉ କିଏ କିଏ ସମ୍ପୃକ୍ତି ରହିଛି ଏନେଇ ତଦନ୍ତ ଜାରି ରହିଛି ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ବଲାଙ୍ଗିର ଏସପି ରିଷିକେଶ ଖିଲାରୀ ।