କବିସୂର୍ଯ୍ୟନଗର ବ୍ଳକ୍ ଓ ଏନ୍ଏସି ଅଞ୍ଚଳରେ ବ୍ଯାପିଛି ହଇଜା, ୩୦ରୁ ଊର୍ଦ୍ଧ୍ବ ଅସୁସ୍ଥ ମେଡିକାଲରେ ଭର୍ତ୍ତି

ଭଞ୍ଜନଗର(କେନ୍ୟୁଜ): କବିସୂର୍ଯ୍ୟନଗର ବ୍ଳକ୍ ଓ ଏନ୍ ଏ ସି ର ସ୍ଥାନୀୟ ଅଞ୍ଚଳରେ ହଇଜା ରୋଗରେ ଆକ୍ରାନ୍ତ ହୋଇ ୩୦ ରୁ ଉର୍ଦ୍ଧ୍ବ ଅସୁସ୍ଥ ହୋଇଛନ୍ତି । ଅସୁସ୍ଥ ଙ୍କୁ ସ୍ଥାନୀୟ କବିସୂର୍ଯ୍ୟନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ , କିଛି ଗୁରୁତର ଆକ୍ରାନ୍ତ ଙ୍କୁ ଆସିକା ଓ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

କବିସୂର୍ଯ୍ୟନଗର ମେଡିକାଲରେ ଭର୍ତି ହୋଇଥିବା ଆକ୍ରାନ୍ତଙ୍କ ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି । ତେବେ କେଉଁ କାରଣରୁ ଲୋକେ ଏଭଳି ଆକ୍ରାନ୍ତ ହୋଇଛନ୍ତି ,  ତାହା ସ୍ପଷ୍ଟ ହୋଇନଥିବା ବେଳେ , କୈାଣସି ପୋଖରୀର ପାଣି ଦୂଷିତ ଯୋଗୁଁ, ଏଭଳି ହୋଇଥିବା ଅନୁମାନ କରାଯାଉଛି ।

You might also like