ରାଜ୍ୟରେ କୋଭିଡ ଟିକାକରଣରେ ମାଇଲଖୁଣ୍ଟ: ୪କୋଟି ଡୋଜ ପାର୍ କଲା ଟିକାକରଣ

ଭୁବନେଶ୍ବର(କେନ୍ଯୁଜ୍):ରାଜ୍ୟରେ କୋଭିଡ ଟିକାକରଣରେ ମାଇଲଖୁଣ୍ଟ। ୪କୋଟି ଡୋଜ ପାର କଲା ଟିକାକରଣ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେହିପରି ଡିସେମ୍ବର ସୁଦ୍ଧା ପ୍ରଥମ ଡୋଜ ସଂପୂର୍ଣ୍ଣ ସାରିବାକୁ ରାଜ୍ୟ ସରକାର ଟାର୍ଗେଟ ରଖିଛନ୍ତି। ଏଥିପାଇଁ ଟିକାକରଣ କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯାଇଛି। ରାଜ୍ୟରେ ଟିକାକରଣ କେନ୍ଦ୍ରକୁ ୧୬ଶହରୁ ୨୪ଶହକୁ ବୃଦ୍ଧି କରାଯାଇଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।

ଯେଉଁ ଗାଁରେ ଶହେରୁ ଅଧିକ ଲୋକ ଟିକା ନେଇନାହାନ୍ତି ସେଠାରେ ଅଧିକ ଟିକା କେନ୍ଦ୍ର ଖୋଲାଯାଇଛି। ରାଜ୍ୟରେ ଏବେ ବି ୩୧ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ଅପେକ୍ଷାରେ ରହିଛନ୍ତି। ଚଳିତ ମାସ ୨ତାରିଖରୁ ହର୍‌ ଘର କାର୍ଯ୍ୟକ୍ରମ ପରେ ଦ୍ୱିତୀୟ ଡୋଜ ୩୫ପ୍ରତିଶତରୁ ବଢି ୪୦ ପ୍ରତିଶତ ହୋଇଛି। ୮୨ ପ୍ରତିଶତ ଲୋକ ପ୍ରଥମ ଡୋଜ ନେଇଥିବା ବେଳେ ୪୧ପ୍ରତିଶତ ଲୋକ ଉଭୟ ଡୋଜ ନେଇସାରିଥିବା କହିଛନ୍ତି ବିଜୟ ମହାପାତ୍ର।

Leave A Reply

Your email address will not be published.